Latest Odisha News

ସଙ୍ଗୀତ ପାଇଁ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସହ ଅନ୍ୟ ଜଣେ ଗିରଫ

ଭୁବନେଶ୍ୱର: ବେଙ୍ଗଳୁରୁରେ ସଙ୍ଗୀତ ପାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅ ଓ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି । ୩ ଦିନ ତଳେ ବେଙ୍ଗଳୁରୁରେ ୫୪ ବର୍ଷୀୟ ଲୟଡ ନେହେମିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ମାମଲାରେ ବେଙ୍ଗଳୁରୁ ପୋଲିସ ଓଡ଼ିଶା ପୋଲିସରେ ଡିଏସପି ଥିବା କେଶବ ସାମନ୍ତରାୟଙ୍କ ୨ ପୁଅ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ।

ଡିଏସପିଙ୍କ ସାନ ପୁଅ ଅନିରୁଦ୍ଧ ସାମନ୍ତରାୟଙ୍କୁ ପୋଲିସ ଦିଲ୍ଲୀରୁ ଗିରଫ କରିଥିବା ବେଳେ ବେଙ୍ଗଳୁରୁରୁ ଗିରଫ ହୋଇଛନ୍ତି ବଡ଼ ପୁଅ ବାସୁଦେବ ସାମନ୍ତରାୟ । ଅନିରୁଦ୍ଧ ଓ ବାସୁଦେବଙ୍କ ସହଯୋଗୀ ଅଭିଶେକ ସିଂଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି । ବାସୁଦେବ ଓ ଅଭିଷେକ ଉଭୟ ବନ୍ଧୁ ହୋଇଥିବା ବେଳେ ଏକ ଘରୋଇ ସଫ୍ଟୱେର କମ୍ପାନୀରେ କାମ କରନ୍ତି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀର ବିଜ୍ଞାନ ନଗରର କର୍ଣ୍ଣେଲ୍ ଡେଭିଡଙ୍କ ଭାଇ ହେଉଛନ୍ତି ଲୟଡ । ଜୋରରେ ଗୀତ ବଜାଇବାକୁ ନେଇ ଅନିରୁଦ୍ଧ, ବାସୁଦେବ ଓ ଅଭିଶେକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଲୟଡଙ୍କ ମୃତ୍ୟୁ ହୋଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ସ୍ଥାନୀୟ ଡିସିପି ଦେଇଥିବା ସୂଚନା ଅନୁସାରେ, ହତ୍ୟା ମାମଲାରେ ପୋଲିସ ଅନିରୁଦ୍ଧଙ୍କୁ ଦିଲ୍ଲୀରୁ ଗିରଫ କରିଛି । ଯିଏକି ଏକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀରେ ଓକିଲ ଭାବେ କାର୍ଯ୍ୟରତ । ଅନିରୁଦ୍ଧ ଛୁଟିରେ ବେଙ୍ଗଳୁରୁ ଆସିଥିଲେ ତାଙ୍କ ଭାଇଙ୍କ ଛୁଆର ନାମକରଣ ଲାଗି । ସେଦିନ ଛୁଆର ନାମକରଣ ପରେ ପାର୍ଟି କରିଥିଲେ ।

ରବିବାର ଭୋର୍ ସମୟରେ କାରରେ ଜୋରରେ ଗୀତ ବଜାଇବାକୁ ନେଇ କଥା କଟାକଟି ପରେ ହାତାହାତି ହୋଇଥିଲେ । ଏଥିରେ ଅନିରୁଦ୍ଧ ଆହତ ହୋଇଥିଲେ । ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇ ରିମାଣ୍ଡରେ ବେଙ୍ଗଳୁରୁ ଅଣାଯାଉଛି ।

Leave A Reply

Your email address will not be published.