Latest Odisha News

ସଙ୍ଗୀତ ପ୍ରେମୀଙ୍କ ପାଇଁ ଖୁସି ଖବର; ଗୀତ ଦୂର କରିବ ରକ୍ତଚାପ ସମସ୍ୟା !

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ହାଇପର୍ ଟେନସନ୍ ଆଜିର ସମୟରେ ଏକ ଗମ୍ଭୀର ସମସ୍ୟା ଭାବେ ଆଗକୁ ଆସିଛି । ରକ୍ତଚାପ ବୃଦ୍ଧି ଯୋଗୁଁ ହୃଦରୋଗ, ବୃକକ୍ ସମସ୍ୟା ଭଳି ଅନେକ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ।

ତେବେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକେ ବଡ଼ବଡ଼ ଡାକ୍ତର ଦେଖାଇ ଔଷଧ ଖାଇବା ସହ ନେଇ ଅନେକ ଘରୋଇ ଉପଚାର ମଧ୍ୟ ଆପଣାଇ ଥାଆନ୍ତି। ମାତ୍ର କାହାକୁ ସୁଫଳ ମିଳେ ତ କାହାକୁ ମିଳେ ନୁହେଁ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ସଙ୍ଗୀତ ଶୁଣିବା ଦ୍ୱାରା ଏହି ଉଚ୍ଚ ରକ୍ତଚାପକୁ ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ।

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଔଷଧ ସେବନ ପରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବା ଦ୍ୱାରା ଆଣ୍ଟି-ହାଇପରସେନ୍ସିଟିଭ୍ ଔଷଧର ପ୍ରଭାବ ବଢ଼ିଯାଏ। ସଙ୍ଗୀତ ଶୁଣିବା ଦ୍ୱାରା ହୃଦ ସ୍ପନ୍ଦନ ଭଲ ତଥା ସ୍ବାଭାବିକ ରହିଥାଏ।

ଉଚ୍ଚ ରକ୍ତଚାପରେ ପୀଡ଼ିତ ରୋଗୀ ସଙ୍ଗୀତ ଶୁଣିବା ଦ୍ୱାରା କିଭଳି ପ୍ରଭାବିତ ହେଉଛନ୍ତି ତାହା ଜାଣିବାକୁ କିଛି ଉଚ୍ଚ ରକ୍ତଚାପରେ ପିଡୀତ ବ୍ୟକ୍ତିଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା ।

ନିଷ୍କର୍ଷରୁ ଜଣାପଡ଼ିଛି ଯେ, ସଙ୍ଗୀତ ଶୁଣିବାର ୧ ଘଣ୍ଟା ମଧ୍ୟରେ ସେମାନଙ୍କ ହୃଦ ସ୍ପନ୍ଦନରେ ବେଶ୍ ସୁଧାର ଆସିଥିଲା। ଏହାସହ ଔଷଧର ପ୍ରଭାବ ମଧ୍ୟ ଭଲ ରହିଥିଲା। ସଙ୍ଗୀତ ଶୁଣିଲେ ପାରାସିମ୍ପାଥେଟିକ୍ ନର୍ଭସ୍ ସିଷ୍ଟମ୍ ସକ୍ରିୟ ହୋଇଯାଏ ଏବଂ ଏହା ଗାଷ୍ଟୋଇଣ୍ଟେଷ୍ଟାଇଲ୍ ଆକ୍ଟିଭିଟିକୁ ବଢ଼ାଇଦିଏ। ଯାହାଦ୍ୱାରା ଔଷଧର ପ୍ରଭାବ ଦ୍ୱିଗୁଣା ହୋଇଯାଏ।

Comments are closed.