Latest Odisha News

BREAKING NEWS

ବ୍ରିଟେନ ପ୍ରଧାନମନ୍ତ୍ରୀ ବାତିଲ କଲେ ଭାରତ ଗସ୍ତ, ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ମଙ୍ଗଳବାର ଭାରତ ଗସ୍ତ ଶେଷ ମୂହର୍ତରେ ବାତିଲ କରିଛନ୍ତି । ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ବୋରିସ ଜନଶନ ଫୋନ ଯୋଗେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି । ଏଥିନେଇ ସେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ବ୍ରିଟେନର ଏବେ କରୋନାର ନୂଆ ଷ୍ଟ୍ରେନ ଓ କଡା ଲକଡାଉନ ଯୋଗୁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ସାଧାରଣ ଜନତାଙ୍କୁ କରୋନା କବଳରୁ ମୁକୁଳାଇବା ପାଇଁ କେତେକ ପଦକ୍ଷେପ ନେବାକୁ ଥିବାରୁ ଅନିଚ୍ଛା ସତ୍ୱେ ସେ ଏହି ନିଷ୍ପତି ନେଇଛନ୍ତି । ୨୦୨୧ର ପ୍ରଥମ ଭାଗରେ ଭାରତ ଗସ୍ତରେ ଆସିବାକୁ ପୁନର୍ବାର ଚେଷ୍ଟା କରିବେ ବୋଲି କହିଛନ୍ତି । ଜି-୭ ବୈଠକ ପୂର୍ବରୁ ଜନଶନ ଭାରତ ଆସି ମୋଦିଙ୍କୁ ଏଥିପାଇଁ ନିମନ୍ତ୍ରଣ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.