Latest Odisha News

ଏଲୋନ୍ ମସ୍କ ‘ଗ୍ରୋକ ଆପ’କୁ କଲେ ଲଞ୍ଚ , ଏବେ ଫ୍ରିରେ ଏଆଇ ଇମେଜ ତିଆରି କରିବେ ୟୁଜର

ନୂଆଦିଲ୍ଲୀ: ଏଲୋନ୍ ମସ୍କ ତାଙ୍କର ଏଆଇ ପ୍ଲାଟଫର୍ମ ଗ୍ରୋକ (Grok) ପାଇଁ ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି, ଯାହା ଭାରତ ଏବଂ ଆମେରିକା ସମେତ ଅନେକ ଦେଶରେ ଆଇଫୋନ୍ ଏବଂ ଆଇପ୍ୟାଡ୍
ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି। ଆପଲ୍ ଆପ୍ ଷ୍ଟୋର୍‌ରେ ଡାଉନଲୋଡ୍ ପାଇଁ ଗ୍ରୋକ ଏଇ ଆପ୍ ବର୍ତ୍ତମାନ ଉପଲବ୍ଧ ଅଛି। ଏହାପୂର୍ବରୁ,ଗ୍ରୋକ ଏଆଇ ପାଇଁ କୌଣସି ପୃଥକ ଆପ୍ ନଥିଲା, ଏହାକୁ ବ୍ୟବହାର କରିବା ପାଇଁ ଲୋକଙ୍କୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟ୍ୱିଟର) କୁ ଯିବାକୁ ପଡୁଥିଲା । ଏକ୍ସ ସିଇଓ ଏଲନ ମସ୍କ ଏହି ଆପ୍‌ର ଲଞ୍ଚ ପରେ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

 

ଏହି ଆପ୍ ରେ କୌଣସି ପ୍ରଶ୍ନର ଉତ୍ତର ପାଇବାକୁ ଏବଂ ଇମେଜ ସୃଷ୍ଟି କରିବାକୁ ଟୁଲ୍ସ  ପ୍ରଦାନ କରାଯାଇଛି । ଏହାକୁ ଇମେଲ୍‌ ଆଡ୍ରେସ / ଆପଲ୍‌ ଆକାଉଣ୍ଟ ଦ୍ବାରା ଲଗଇନ୍‌ କରାଯାଇପାରିବ । ଆପ୍‌ରେ ୟୁଜର ଚାଟବଟ୍‌କୁ ପ୍ରଶ୍ନ ପଚାରିପାରିବେ ଓ କଥାବାର୍ତ୍ତା କରିପାରିବେ । ୟୁଜର ରିଅଲ-ଟାଇମ ତଥ୍ୟ ଲାଗି ସର୍ଚ୍ଚ କରିପାରିବେ । AI ସହାୟତାରେ କଷ୍ଟମ ଇମେଜ ତିଆରି କରିପାରିବେ । ଆପ୍ ରେ ରାଇଟିଂ ଟାସ୍କ ଯେପରି କି ନିବନ୍ଧ ଓ ଇମେଲ ଜେନେରେଟ କରି ପାରିବେ । ଉପଭୋକ୍ତାମାନେ ଆଡଭାନ୍ସ ଫିଚର ପାଇବା ପାଇଁ ଏକ ସବସ୍କ୍ରିପସନ୍ ପ୍ଲାନ୍ ମଧ୍ୟ ରହିଛି ।

 

ଅବଶ୍ୟ, ବର୍ତ୍ତମାନ ଏହି ଆପ୍ ଆଣ୍ଡ୍ରଏଡ୍ ଭର୍ସନ ପାଇଁ ଉପଲବ୍ଧ ନାହିଁ, କିନ୍ତୁ ଆଶା କରାଯାଉଛି ଏହା ଶୀଘ୍ର ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ। ତଥାପି ଆଣ୍ଡ୍ରଏଡ ୟୁଜର X (ପୂର୍ବରୁ ଟ୍ବିଟର) ଆପ୍‌କୁ ଯାଇ ଏହି ଚାଟବଟ୍‌କୁ ବ୍ୟବହାର କରିପାରିବେ ।

 

ଏହି ଆପ୍‌ ଲଞ୍ଚ ହେବା ପରେ ଏହା ସିଧାସଳଖ Googleର Gemini, Claude.ai ଓ Meta AIକୁ ଟକ୍କର ଦେବ । ଏହାଛଡା ଲୋକପ୍ରିୟ OpenAIର ChatGPT ସହ ମଧ୍ୟ ମୁକାବିଲା କରିପାରେ ।

 

 

Leave A Reply

Your email address will not be published.