Latest Odisha News

BREAKING NEWS

ମୋଷ୍ଟ ଓ୍ୱାଣ୍ଟେଡ୍ ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ

ଭୁବନେଶ୍ୱର: ହାଇଓ୍ୱେରେ ଆତଙ୍କରାଜ ଚଳାଇଥିଲେ । ଲୋକଙ୍କୁ ଲୁଟୁଥିଲେ । ଏଭଳି ଡକାୟତ ଗ୍ୟାଙ୍କର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ହାଇଓ୍ୱେ ଲୁଟେରା ଗ୍ୟାଙ୍ଗର ୫ ଜଣଙ୍କୁ ବାନ୍ଧିଛି ସହିଦନଗର ଥାନା ପୋଲିସ ।

ବିଶେଷ ସୂତ୍ରକୁ ଖବର ପାଇଁ ପୋଲିସ ଆରମ୍ଭ କରିଥିଲା ଅପରେସନ୍ । ୫ ଜଣଙ୍କୁ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୬ଟି ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ମାରଣାସ୍ତ୍ର ।

ଏହି ଗ୍ୟାଙ୍ଗ ହାଇଓ୍ୱେରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ଏକୁଟିଆ ପାଇଲେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି କିମ୍ବା ଆକ୍ରମଣ କରି ସେମାନଙ୍କଠାରୁ ଲୁଟପାଟ କରୁଥିଲେ । ବିଶେଷ କରି ହାଇଓ୍ୱେରେ ଯାଉଥିବା ଗାଡ଼ିକୁ ଟାର୍ଗେଟ କରୁଥିଲେ ଲୁଟେରା ।

କମିଶନରେଟ ପୋଲିସ ପାଇଁ ଏମାନେ ମୋଷ୍ଟ ଓ୍ୱାଣ୍ଟେଡ ଥିଲେ । ୫ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି ସହିଦନଗର ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କିଏ ଓ ଆଉ କେଉଁମାନେ ସାମିଲ ଅଛନ୍ତି କି, ସେନେଇ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.