ନୂଆଦିଲ୍ଲୀ: ସୀମା ଏବଂ ବିଭାଜନ ଏସବୁ ପୁରୁଣା କଥା। ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନର ଲୋକମାନେ ଶାନ୍ତିରେ ବଞ୍ଚିବାକୁ ଚାହାଁନ୍ତି ବୋଲି ନୋବେଲ ବିଜେତା ମଲାଲା ୟୁସୁଫଜାଇ ରବିବାର ଦିନ କହିଛନ୍ତି। ସେ କହିଛନ୍ତି, ଯେ ଦୁଇ ଦେଶ “ଭଲ ବନ୍ଧୁ” ହୋଇ ରହିବା ତାଙ୍କର ସ୍ୱପ୍ନ।
ସେ ଏହା ମଧ୍ୟ କହିଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତ୍ୟେକ ଦେଶରେ ସୁରକ୍ଷା ଆବଶ୍ୟକ, ପାକିସ୍ତାନ ହେଉ କିମ୍ବା ଭାରତ ହେଉ, ଏହା ଧର୍ମ ସହ ଜଡିତ ନୁହେଁ ବରଂ “ଶକ୍ତି ଶୋଷଣ” ସହ ଜଡିତ ଏବଂ ଏହାକୁ ଗୁରୁତର ସହ ନିଆଯିବା ଆବଶ୍ୟକ।
ଭାରତରେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରୁଥିବା କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀ ଖବର ଉଦ୍ବେଗଜନକ ଅଟେ। “ଭାରତ ଏବଂ ପାକିସ୍ତାନକୁ ପ୍ରକୃତ ଏବଂ ଭଲ ବନ୍ଧୁ ଭାବରେ ଦେଖିବା ମୋର ସ୍ୱପ୍ନ ତେବେ ଯାଇ ଆମେ ପରସ୍ପରର ଦେଶକୁ ଯାଇପାରିବା।
Comments are closed.