ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତ ଶରୀର ମିଳିଛି । ପ୍ରଥମେ ଏହା ପାଖକୁ ଯିବାକୁ ସମସ୍ତେ ଭୟ କରୁଥିଲେ । ତେବେ ଏହା ମୃତବୋଲି ଜଣାପଡିବା ପରେ ପାଖକୁ ଯାଇଥିଲେ । ରହସ୍ୟମୟ ଜୀବର ପିଠିରେ ସମୁଦ୍ରର ଅନେକ ଗୁଲ୍ମ ଓ ଲଟା ଲାଗିଥିଲା । ବୈଜ୍ଞାନିକମାନେ ମଧ୍ୟ ପ୍ରଥମ ଥର ପାଇଁ ଏ ଭଳି ଜୀବ ଦେଖିଥିବା କହିଛନ୍ତି । ଗଭୀର ସମୁଦ୍ରରେ ରହୁଥିବା ଏହି ଜୀବ ତୀବ୍ର ଲହରୀରେ ଭାସି ଆସିଥିବା ଅନୁମାନ କରାଯାଉଛି । ଏହାକୁ ଦେଖିବା ପାଇଁ ସମୁଦ୍ରକୂଳରେ ଲୋକଙ୍କ ଭୀଡ ବଢ଼ିବାରେ ଲାଗିଛି । ବୈଜ୍ଞାନିକ ଓ ଗବେଷକମାନେ ଏହି ଜୀବକୁ ନେଇ ଗବେଷଣା କରିବେ ବୋଲି ଜଣାପଡିଛି । କେଉଁ ପ୍ରଜାତିର ଏବଂ କଣ ପାଇଁ ଏହା ମୃତ୍ୟୁବରଣ କଲା ତାହା ଜାଣିବା ସେମାନେ ବ୍ୟଗ୍ର ହୋଇ ଉଠିଛନ୍ତି । କେତେକ ଅନ୍ଧବିଶ୍ୱାସୀ ଏହାକୁ ସାମୁଦ୍ରିକ ରାକ୍ଷସ ବୋଲି କହିଛନ୍ତି ।
BREAKING NEWS
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ

Comments are closed.