Latest Odisha News

BREAKING NEWS

ଆସାମରୁ ମିଳିଲା ରହସ୍ୟମୟ ପଥର ଜାର

ଗୌହାଟୀ: ଆସାମରେ ଏକ ପ୍ରକାର ରହସ୍ୟମୟ ପଥରର ଜାର ମିଳିଛି । କେତେକ ମାଟି ମଧ୍ୟରେ ଧସି ହୋଇ ରହିଥିବା ବେଳେ ଆଉ କେତେକ ଏହା ବାହାରେ ଅଛି । ସବୁ ଜାରର ଆକୃତି ଭିନ୍ନ ଭିନ୍ନ । ଗବେଷକମାନେ ଏହାକୁ ଅନୁଧ୍ୟାନ କରିବା ପରେ ପ୍ରାଚୀନ କାଳରେ ଅନ୍ତ୍ୟେଷ୍ଟି କ୍ରିୟାରେ ଏହାକୁ ବ୍ୟବହାର କରାଯାଇଥିବ ବୋଲି ଅନୁମାନ କରିଥିଲେ । ବର୍ତମାନ ଏ ଭଳି ଜାର ଇଣ୍ଡୋନେସିଆ ଓ ଲାଓସୋରେ ଦେଖିବାକୁ ମିଳିଛି । ଫଳରେ ଗବେଷକମାନ ଉତ୍କଣ୍ଠା ଆହୁରି ବଢ଼ିଯାଇଛି । ଖ୍ରୀଷ୍ଟପୂର୍ବ ୪୦୧ ପାଖାପାଖି ଏହି ଜାର ହେବ ବୋଲି ସେମାନେ ଆକଳନ କରିଛନ୍ତି ।

ତେବେ ବି କିଏ ଏହି ଜାର ପ୍ରସ୍ତୁତ କରିଥିଲା ଏବଂ ଏହାର ପ୍ରକୃତ କାରଣ କଣ ଥିଲା ତାହା ରହସ୍ୟ ହୋଇ ରହିଛି । ସ୍ଥାନୀୟ ବାସିନ୍ଦାଙ୍କ ମତରେ ଏଥିରେ ମୋତି ଏବଂ ଅନ୍ୟ ଭୌତିକ ତତ୍ୱକୁ କୈଦ କରି ରଖା ଯାଇଥିଲା । ଏହି କାର୍ଯ୍ୟ ନାଗା ସାଧୁମାନେ କରନ୍ତି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.