Latest Odisha News

BREAKING NEWS

ଗୁଜୁରାଟ ପାଇଁ କେଜ୍ରିୱାଲଙ୍କ ଦ୍ୱିତୀୟ ଆହ୍ୱାନ; ଶିକ୍ଷାରେ ଆଣିବେ ସଂସ୍କାର

ଭରୁଚ: ଗୁଜୁରାଟରେ କେଜ୍ରିୱାଲ ଶିକ୍ଷା ବ୍ଯବସ୍ଥା ସଂସ୍କାର କରିଦେବେ। ଘରେଇ ସ୍କୁଲ୍ ରୁ ପିଲା ଆସି ସରକାରୀ ସ୍କୁଲ ରେ ନାମ ଲେଖେଇବେ। ଦିଲ୍ଲୀ ରେଯେମିତି ସରକାରୀ ସ୍କୁଲ୍ ଗୁଡିକର ଉନ୍ନତିକରଣ କରାଯାଇଛି। ସେଭଳି ଶିକ୍ଷା ବିକାଶ ଗୁଜୁରାଟରେ ହେବ।

ଶ୍ରମିକ ଦିବସରେ ରବିବାର ଅରବିନ୍ଦ କେଜ୍ରିୱାଲ ଗୁଜୁରାଟରେ ସରକାର କରିବା ପାଇଁ ଦ୍ୱିତୀୟ ଥର ଆହ୍ୱାନ କରିଛନ୍ତି। ପୂର୍ବରୁ ପଂଜାବ ବିଜୟ ପରେଭଗୱନ୍ତ ମାନ୍ ଙ୍କ ସହ ଯାଇ ଶୋଭାଯାତ୍ରା କରିଥିଲେ। ସେଥର କହିଥିଲେ, ଥରେ ସୁଯୋଗ ଦିଅ ଯଦି ଭଲ କରୁ ତଡିଦେବ।

ରବିବାର ଭରୁଚ ରେ ସମାନ ଢଙ୍ଗରେ ପୁଣି ଆହ୍ୱାନ କରିଛନ୍ତି କେଜ୍ରିୱାଲ। ସେ କହିଛନ୍ତି ଯେ, ଗୁଜୁରାଟରେ ବିଗତ ଦିନରେ ହଜାର ସ୍କୁଲ୍ ବନ୍ଦହୋଇଯାଇଛି। ଆଉ ଅନ୍ଯ ସ୍କୁଲି ଗୁଡିକ ଜର୍ଜରିତ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ନଷ୍ଟ ହୋଇଯାଇଛି।

ବିଜେପି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରି ବିଶ୍ୱ ରେକର୍ଡ କରୁଛି। ବିଜେପି ବିନା ପ୍ରଶ୍ନ ପତ୍ର ଲିକ୍ କରି ଗୋଟିଏ ପରୀକ୍ଷା କରିପାରପିବନି ବୋଲି ତାତ୍ସଲ୍ଯକରିଛନ୍ତି କେଜ୍ରିୱା। ତା ସହ ଏଥିପାଇଁ ଗୁଜୁରାଟ ମୁଖ୍ଯମନ୍ତ୍ରୀ କୁ ଚ୍ଯାଲେଂଜ୍ କରିଛନ୍ତି।

ଆପ୍ କୁ ଥରେ ଗୁଜୁରାଟ ରେ ସୁଯୋଗ ମିଳୁ। ଯଦି ପରିବର୍ତ୍ତନ ହୁଏ, ତାହେଲେ ଆଗାମୀ ଥରକୁ ତଡି ଦେବ ବୋଲି ଆହ୍ୱାନ କରିଛନ୍ତି କେଜ୍ରିୱାଲ।

ଅରବିନ୍ଦ ଦାବି କରିଛନ୍ତି ଯେ, ଦିଲ୍ଲୀ ରେ ଲକ୍ଷ ପିଲା ଘରୋଇ ସ୍କୁଲ୍ ରୁ ସରକାରୀ ସ୍କୁଲ୍ ଆସିଛନ୍ତି। ଗରିବ ଆଉ ଧନୀ ପିତାମାତାଙ୍କ ସନ୍ତାନ ମାନେଦିଲ୍ଲୀରେ ଏକାଠି ଗୋଟିଏ ସ୍କୁଲ ରେ ପଢୁଛନ୍ତି। ଆଉ ଚଳିତ ବର୍ଷ ୯୯.% ପ୍ରତିଶତ ଦିଲ୍ଲୀରେ ପାସ୍ ହାର ରହିଛି ବୋଲି କେଜ୍ରିୱାଲ ଦାବି କରିଛନ୍ତି।

Leave A Reply

Your email address will not be published.