Latest Odisha News

BREAKING NEWS

ସୁଶାନ୍ତ ସିଂ କେସ୍‌: ରହସ୍ୟମୟ ମହିଳା ସୌଭିକଙ୍କ ବନ୍ଧୁ ଜମିଲା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ଜୁନ ୧୪ରେ ଦେଖା ଯାଇଥିବା ରହସ୍ୟମୟ ମହିଳାଜଣକ ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ ଚକ୍ରବର୍ତିଙ୍କ ବନ୍ଧୁ । ତାଙ୍କ ନାମ ଜମିଲା ବୋଲି ଏକ ଟିଭି ଚ୍ୟାନେଲ ଦୃଢ଼ତା ସହକାରେ ଦାବୀ କରିଛି । ସୁଶାନ୍ତଙ୍କ ୨ଟି କମ୍ପାନୀ ଭିଭଡ୍ରାଗ ରିୟଲିଟିଏକ୍ସ ପ୍ରାଇଭେଟ ଲିମିଟେଡ ଓ ଫ୍ରଂଟ ଇଣ୍ଡିଆ ଫାଉଣ୍ଡେଶନ ଫର ୱାର୍ଲ୍ଡର ଡାଇରେକ୍ଟର ଅଛନ୍ତି ।

ପ୍ରଥମଟି ସେପ୍ଟେମ୍ବର ୨୦୧୯ରେଦ୍ୱିତୀୟଟି ଜାନୁୟାରୀ ୨୦୨୦ରେ ଆରମ୍ଭ ହୋଇଥିଲା । ଫ୍ରଂଟ ଇଣ୍ଡିଆ କମ୍ପାନୀରେ ଉଭୟ ସୁଶାନ୍ତ ଓ ସୌଭିକ ଡାଇରେକ୍ଟର ଅଛନ୍ତି । ଘଟଣା ଦିନ ଉପରୋକ୍ତ ରହସ୍ୟମୟ ମହିଳାଙ୍କ ଭୂମିକାକୁ ସମସ୍ତେ ସନ୍ଦେହ କରିଥିଲେ । ଏହା ବିଭିନ୍ନ ୱେବସାଇଟ ଓ ଚ୍ୟାନେଲରେ ଭାଇରାଲ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.