Latest Odisha News

BREAKING NEWS

ରାଜନୈତିକ ମୋଡ ନେଉଛି ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ଘଟଣା: ୪ରେ ବିଶାଳ ଆନ୍ଦୋଳନ

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ରାଜନୈତିକ ରୂପ ନେଉଛି । ପୋଲିସ ପ୍ରଶାସନ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ସୁସ୍ମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ସୁସ୍ମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସେ ଆନ୍ଦୋଳନ କରବାକୁ ଧମକ ଦେଇଛନ୍ତି । ଏ ନେଇ ଆଗାମୀ ୪ ତାରିଖରେ ବିଶାଳ ଆନ୍ଦୋଳନ ସହ ଘେରାଉ କରିବାକୁ ସେ ଚେତାବନୀ ଦେଇଛନ୍ତି ।

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ସୁସ୍ମିତା ମିଞ୍ଜ । ସେ ଏକ ହୋଟେଲରେ ରହୁଥିଲେ । ହେଲେ ହୋଟେଲର ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

ପୂର୍ବତନ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀ କରି  ସୁସ୍ମିତା ମୃତ୍ୟୁ ମାମଲାକୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ବୋଲି କହିବା ସହ ଅଭିଯୁକ୍ତମାନଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ଜର୍ଜ ତିର୍କୀ । ସେ କହିଛନ୍ତି, ସୁସ୍ମିତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିଲା ।  ତାଙ୍କ ଦେହରେ ସିଗାରେଟ୍ ଚେଙ୍କ ଭଳି ଦାଗ ବି ଥିଲା । ଏସବୁ କେମିତି ରହିଲା? ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । କାହା ଇସାରାରେ ଏହାକୁ ଆତ୍ମହତ୍ୟା ରୂପ ଦିଆ ଯାଉଛି ବୋଲି ଜର୍ଜ ତିର୍କୀ ଅଭିଯୋଗ କରିଛନ୍ତି ।

ସୂଚନାଥାଉ କି, ଗତ ୧୬ ତାରିଖରେ ଏକ ସରକାରୀ ବୈଠକରେ ଯୋଗଦେବା ପରଠାରୁ ସୁସ୍ମିତା ମାନସିକ ଚାପରେ ଥିଲେ ।   ସରକାରୀ ବୈଠକରେ ଯୋଗ ଦେବାକୁ ଆସି ସର୍କିଟ ହାଉସରେ ନ ରହି ସେ ରାଧିକା ରିଜେନ୍ସି ହୋଟେଲରେ  ରହିଥିଲେ । ତେବେ ସୁସ୍ମିତା କାହିଁକି ହୋଟେଲରେ ରହିଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସୁସ୍ମିତା ମାନସିକ ଚାପରେ ରହୁଥିଲେ । ଏକଥା ପରିବାର ଲୋକେ ଜାଣି ପାରୁ ନ ଥିବାବେଳେ ଗୁରୁଣ୍ଡିଆ ବିଡିଓ ସିଡିପିଓ କେମିତି ଜାଣିଲେ ବୋଲି ପ୍ରଶ୍ନ କରିଛନ୍ତି ଜର୍ଜ ତିର୍କୀ ।

 

Leave A Reply

Your email address will not be published.