Latest Odisha News

BREAKING NEWS

ଦୁଷ୍କର୍ମ ମାମଲାରେ ନାଗିନ୍‌ ଆକ୍ଟର ପର୍ଲ ଭୀ ପୁରୀ ଗିରଫ

ମୁମ୍ବାଇ: ଦୁଷ୍କର୍ମ ଜାଲରେ ଫସିଲେ ଆଉ ଜଣେ ଟେଲି କଳାକାର। ଟେଲିଭିଜନ ଜଗତର ଲୋକପ୍ରିୟ କଳାକାର ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସେ ଗୋଟିଏ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମୁମ୍ବାଇର ମାଲାଡରେ ଥିବା ମାଲୱାନି ପୋଲିସ ପର୍ଲଙ୍କ ସମେତ ୬ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି। ପୀଡିତା ଜଣକ କହିଛନ୍ତି ଯେ ତାଙ୍କୁ ପ୍ରଥମେ କାରରେ ବଳାତ୍କାର କରାଯାଇଥିଲା। ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ବାରମ୍ବାର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଥିବା ସୂଚନା ମିଳିଛି।

ସେ ଅନେକ ଟେଲି ସୋ ଏବଂ ଆଲବମ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ତେବେ ପର୍ଲଙ୍କ ନାଁରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ତାଙ୍କ ପ୍ରଶଂସକମାନେ ନିରାଶ ହୋଇପଡ଼ିଥିବା ଦେଖିବାକୁ ମିଳିଛି।

କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ନାଗିନ୍-୩’ର ମୁଖ୍ୟ କଳାକାର ଭୂମିକାରେ ନଜର ଆସିଥିଲେ ପର୍ଲ। ଏହାପୂର୍ବରୁ ଷ୍ଟାର୍‌ପ୍ଲସରେ ପ୍ରାସାରିତ ଏକ ଟେଲି ସୋ ‘ବତ୍‌ମିଜ୍‌ ଦିଲ୍‌’ରେ ମଧ୍ୟ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଥିଲା।

ତାଙ୍କୁ ଶେଷଥର ପାଇଁ ‘ବ୍ରହ୍ମରାକ୍ଷସ ୨’ରେ ଦେଖିବାକୁ ମିଳିଥିଲା।

Comments are closed.