Latest Odisha News

BREAKING NEWS

ଗୋପାଳର ମାନସିକ ସ୍ଥିତି ନେଇ ଯାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଧରି ମାନସିକ ଅସୁସ୍ଥ ଥିଲା । ଏକଥା ପୂର୍ବରୁ ଗୋପାଳଙ୍କ ସ୍ତ୍ରୀ, ଡାକ୍ତର କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଇଥିଲା । ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଗୋପାଳ ଉପରେ ନଜର ରଖିଥିଲେ । ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ସହ ଝାରସୁଗୁଡ଼ାରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା ।

ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଗୋପାଳର ମାନସିକ ସ୍ଥିତି ନେଇ ଅନୁଧ୍ୟାନ ପରେ ବେଙ୍ଗଳୁରୁର NIMHANS ନେବାକୁ କହିଥିଲେ । ମେଡିକାଲ ବୋର୍ଡର ୪ ଡାକ୍ତରଙ୍କ ପରାମର୍ଶ କ୍ରମେ ଝାରସୁଗୁଡ଼ା ଜେଏମଏଫସି-୧ରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଉକ୍ତ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି ।

ଏବେ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ସାର୍ଟିଫାଏଡ୍ କପିକୁ ଅପେକ୍ଷ କରିଥିବା ବେଳେ କପି ଆସିବା ପରେ ଲେଗାଲ୍ ସେଲ ତାର ଅନୁଧ୍ୟାନ କରିବ । ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଉପର କୋର୍ଟରେ ଆବେଦନ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.