Latest Odisha News

BREAKING NEWS

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲା, କେତେ ଆଗେଇଛି କ୍ରାଇମବ୍ରାଞ୍ଚ ତଦନ୍ତ ?

ଭୁବନେଶ୍ୱର: ଗୋପାଳ-ଗୁଳି-ଗୁମର । କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ଏଏସ୍ଆଇ ଗୋପାଳ ? ବ୍ୟକ୍ତିଗତ ଶତ୍ରୁତା ଥିଲା ନା କାହା ପରୋତ୍ସନାରେ ଗୋପାଳ ଏଭଳି କାଣ୍ଡ ଭିଆଇଲା ? ଗୋପାଳର ଗୁଳିମାଡ଼ ପଛରେ ଅଛି କି ଆଉ କିଛି ବଡ଼ ଷଡ଼ଯନ୍ତ୍ର ? ଏସବୁ ଦିଗରେ କ୍ରାଇମବ୍ରାଞ୍ଚର ୨ଟି ଟିମ୍ ଖୋଳତାଡ଼ କରୁଛି ।

ସୋମବାର ଅପରାହଣରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗିରଫ ଦର୍ଶାଇବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ନବ ଦାସଙ୍କୁ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚର ୨ଟି ଟିମ୍ କରୁଛି । ଗୋଟିଏ ଟିମ୍ ଝାରସୁଗୁଡ଼ାରେ ଥିବା ବେଳେ ଅନ୍ୟ ଟିମ୍ ଭୁବନେଶ୍ୱରରେ ତଦନ୍ତ କରୁଛି ।

ନବ ଦାସଙ୍କୁ ଗୁଳିମାଡ଼ରେ ଗୋପାଳ ବ୍ୟବହାର କରିଥିବା ସର୍ଭିସ୍ ବନ୍ଧୁକର ବାଲିଷ୍ଟିକ୍ ପରୀକ୍ଷା ପାଇଁ ଲ୍ୟାବ୍ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । କ୍ରାଇମବ୍ରାଞ୍ଚର ଟିମ୍ ଘଟଣା ସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରାଉଚରା କରିଛି । ଘଟଣାସ୍ଥଳରୁ ଗୋଟିଏ ଖୋକା ସହ ଆଉ କିଛି ଜିନିଷ ଜବତ ହୋଇଛି । ଗୋପାଳଙ୍କ ୯ଏମ୍ଏମ୍ ପିସ୍ତଲ୍, ୩ଟି ଗୁଳି ଜବତ କରିଛି କ୍ରାଇମବ୍ରାଞ୍ଚ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ସହ କ୍ରାଇମବ୍ରାଞ୍ଚ ଆଲୋଚନା କରିଛି । ଅଧିକ ତଦନ୍ତ ପାଇଁ ସଂରକ୍ଷିତ ରଖା ଯାଇଛି ନବ ଦାସଙ୍କ ଭିସେରା । ନବ ଦାସଙ୍କ ରକ୍ତଭିଜା ପୋଷାକ ସହ ମେଡିକାଲ୍ ରେକର୍ଡକୁ କ୍ରାଇମବ୍ରାଞ୍ଚ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.