Latest Odisha News

BREAKING NEWS

କାର୍ତିକ ଆର୍ଯ୍ୟନଙ୍କ ଶେହଜାଦାର ଘୁଂଚିଲା ରିଲିଜ ଡେଟ

ମୁମ୍ବାଇ: ଶାହାରୁଖ ଖାଁଙ୍କ ପଠାନ ଭଲ ବ୍ୟବସାୟ କରୁଥିବରୁ କାର୍ତିକ ଆର୍ଯ୍ୟନ ଏବଂ ଶେହଜାଦର ମେକର୍ସ ବୁଦ୍ଧିମାନର ପଦକ୍ଷେପ ଗ୍ରହଣ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶେହଜାଦାକୁ ଆଉ ସପ୍ତାହ ପରେ ରିଲିଜ କରିବା ପାଇଁ ମେକର୍ସ ନିଷ୍ପତି ନେଇଛନ୍ତି । ଫେବୃୟାରୀ ୧୦ରେ ଏହା ରିଲିଜ ହେବାକୁ ଥିଲା ମାତ୍ର ଏବେ ୧୭କୁ ରିଲିଜ ହୋଇପାରେ । ପଠାନ ତାର ବ୍ୟବସାୟ କରିସାରିବା ପରେ ଶେହଜାଦା ରିଲିଜ ହେଲେ ଉଭୟଙ୍କୁ ଫାଇଦା ହେବ । ଏହା ବ୍ୟତୀତ ଶାହାରୁଖ ଖାଁଙ୍କ ସମ୍ମାନ ପାଇଁ କାର୍ତିକ ଏହି ନିଷ୍ପତି ନେଇଥିବା କୁହାଯାଉଛି ।

ଶେହଜାଦାର ନିର୍ଦ୍ଦେଶନା ରୋହିତ ଧାୱନ ଦେଇଛନ୍ତି । କାର୍ତିକଙ୍କ ଏହି ଫିଲ୍ମରେ ମନୀଷା କୋଇରାଲା, ପରେଶ ରାୱଲ, ରୋନିତ ରାୟ, ସଚିନ ଖେଡେକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଭୂଷଣ କୁମାର, ଅଲ୍ଲୁ ଅରବିନ୍ଦ, ଅମନ ଗିଲ ଓ କାର୍ତିକ ମିଳିତ ଭାବେ ଏହାକୁ ପ୍ରଡ୍ୟୁସ କରିଛନ୍ତି ।

Leave A Reply

Your email address will not be published.