Latest Odisha News

BREAKING NEWS

ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ

ଯାଜପୁର: ନବରାତ୍ର ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ମାଙ୍କ ଷୋଡଶ ଉପଚାର ରେ ପୂଜା ଜାରି ରହିଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମାଙ୍କ ଗର୍ଭ ଗୃହ କୁ ଯାଇ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ମାଙ୍କ ଦୁର୍ଗୋସ୍ଚଭ ର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଅପରାହ୍ନରେ ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳେ ନାହିଁ । ସେପଟେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ଚଳିତ ବର୍ଷ ପ୍ରଥମ ଥର ପଲିଶ୍ରୀ ମେଳାର ଆୟୋଜନ କରାଯାଇଛି । ମା’ଙ୍କ ଶୃଙ୍ଖଳିତ ଦର୍ଶନ, ନୀତିକାନ୍ତି ଏବଂ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦୀର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.