Latest Odisha News

BREAKING NEWS

ରଥଯାତ୍ରାରେ ‘ନବକଳେବର’ ଟିଜର ଆଉଟ୍; ବେଶ ପସନ୍ଦ କଲେ ଦର୍ଶକ

ଭୁବନେଶ୍ବର: ଓଡିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ର ରିଲିଜ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବାରେ ଲାଗୁଛି । ଏଙି ସମୟ ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଆଜି ପବିତ୍ର ରଥଯାତ୍ରା ଥିବା ବେଳେ ଏହାର ଦିନକ ପୂର୍ବରୁ ଫିଲ୍ମର ଟିଜର ରିଲିଜ ହୋଇଛି । ର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ରିଲିଜ କରିଛନ୍ତି ।

ଟିଜରରେ ଷ୍ଟାରକାଷ୍ଟଙ୍କ ଝଲକ ଦେଖିବାକୁ ମିଳିଛି । ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ”ଅପେକ୍ଷାର ହେଲା ଅନ୍ତ । ନବକଳେବର: ସମୟ ବାହାରେ, ବିଶ୍ୱାସ ବାହାରେ ଏକ କାହାଣୀ । ନବକଳେବର ଟିଜର ଆଉଟ ।”

ତେବେ ପୂର୍ବରୁ, ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଏହାର ଘୋଷଣା କରିବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଥିଲେ ନିର୍ମାତା ଓ ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ ଜେନା । ସାଇ ଶ୍ରଦ୍ଧା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଦିଲୀପ କୁମାର ଜେନା । ଏହି ଫିଲ୍ମର ସ୍କ୍ରିନ ପ୍ଲେ ଶଙ୍କର ପ୍ରସାଦ ତ୍ରୀପାଠି କରିଛନ୍ତି ।

ପବିତ୍ର ବାହୁଡା ଯାତ୍ରା ଅବସରରେ, ଆସନ୍ତା ଜୁଲାଇ ୪ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆର ଆତ୍ମା, ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭକ୍ତିରସାତ୍ମକ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ।

ତେବେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ରଞ୍ଜନ ନାୟକ, ଶ୍ରୀତମ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ସୂର୍ଯ୍ୟମୟୀ ମହାପାତ୍ର, ପିଙ୍କି ପ୍ରଧାନଙ୍କ ସମେତ ଅନେକ ତାରକା ଏଥିରେ ଅଭିନୟ କରିଛନ୍ତି ।

Comments are closed.