Latest Odisha News

BREAKING NEWS

ନାବାର୍ଡର ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜରରେ ନାବାର୍ଡ ପକ୍ଷରୁ ୧୫୪ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଆଜିଠାରୁ ଅଫିସିଆଲ ୱେବ୍‌ସାଇଟ ଙ୍ଗଙ୍ଗଙ୍ଗ.ଦ୍ଭବଭବକ୍ସୟ.କ୍ଟକ୍ସଶ ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ୩୧ ଜାନୁଆରୀ ରହିଛି।

ମୋଟ ପଦବୀ ସଂଖ୍ୟା-୧୫୪:

-ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜର (ରୁରାଲ ଡେଭଲପମେଂଟ ବ୍ୟାଙ୍କିଙ୍ଗ ସର୍‌ଭିସ)-୧୩୯
-ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ ସର୍ଭିସ)-୩
-ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜର(ରାଜଭାଷା ସର୍ଭିସ)-୮
-ଗ୍ରେଡ୍‌-ଏ’ ଆସିଷ୍ଟାଣ୍ଟ ମ୍ୟାନେଜର (ପ୍ରୋଟୋକଲ ଏବଂ ସିକ୍ୟୁରିଟି ସର୍ଭିସ)-୪

ଶିକ୍ଷାଗତ ଯୋଗ୍ୟତା ଓ ବୟସସୀମା:

ଏହି ପଦବୀ ପାଇଁ ଆବେଦନକାରୀ ଗ୍ରାଜୁଏଟ ହୋଇଥିବା ଆବଶ୍ୟକ । ଏହା ସହିତ ଗ୍ରାଜୁଏସନ୍‌ରେ ୫୦ ପ୍ରତିଶତ ମାର୍କ ରଖିଥିବେ । ତେବେ ଅନୁସୂଚିତ ଜାତି ଓ ଜନଜାତି ଏବଂ ଦିବ୍ୟାଙ୍ଗ ଆବେଦନକାରୀଙ୍କ ପାଇଁ ଗ୍ରାଜୁଏସନ୍ ମାର୍କକୁ କୋହଳ କରାଯାଇଛି । ସେମାନେ ୪୫ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

-ସର୍ବନିମ୍ନ ବୟସ ସୀମା-୨୧ ବର୍ଷ
-ସର୍ବାଧିକ ବୟସ ସୀମା-୩୧

ଆବେଦନ କରିବା ପ୍ରକ୍ରିୟା:

-ଆବଦେନକାରୀ ପ୍ରଥମେ ଅଫିସିଆଲ ୱେବସାଇଟ ଙ୍ଗଙ୍ଗଙ୍ଗ.ଦ୍ଭବଭବକ୍ସୟ.କ୍ଟକ୍ସଶ କୁ ଯାଆନ୍ତୁ ।
-ଏହାପରେ ନିଜର ନାମ, ଠିକଣା, ଫୋନ୍ ନମ୍ବର ଓ ଇ-ମେଲ ଆଇଡି ଜରିଆରେ ରେଜିଷ୍ଟ୍ରେସନ୍ କରନ୍ତୁ ।
-ଏହାପରେ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବର ଓ ପାସ୍‌ୱାର୍ଡ ମିଳିବ ।
-ଏହାପରେ ଆବେଦନକାରୀ ନାବାର୍ଡ ଆପ୍ଲିକେସନ ଫର୍ମ-୨୦୨୦ ଫିଲଅପ୍ କରିବା ପରେ ନିଜର ଫଟୋ ଓ ସିଗ୍‌ନେଚର ଅପ୍‌ଲୋଡ କରନ୍ତୁ ।
-ଆପ୍ଲିକେସନ ଫି ଦେବା ପାଇଁ ଆବେଦନକାରୀ ଡେବିଟ ଓ କ୍ରେଡିଟ୍ କିମ୍ବା ଇଂଟରନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ କରିପାରିବେ ।
-ଫି ପେମେଂଟ ପରେ ଆପ୍ଲିକେସନ ଫର୍ମକୁ ଡାଉନଲୋଡ କରନ୍ତୁ ।

Leave A Reply

Your email address will not be published.