Latest Odisha News

BREAKING NEWS

ନାଦବ୍ରହ୍ମ ସଙ୍ଗୀତ ଉତ୍ସବ-୨୦୨୪ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ନାଦବ୍ରହ୍ମ ସଙ୍ଗୀତ ଉତ୍ସବ-୨୦୨୪ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବର ପ୍ରଥମ ଦିବସରେ ଏକାମ୍ର ବିଧାୟକ ବାବୁ ସିଂ, ପ୍ରଖ୍ୟାତ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ, କୁଳପତି ପ୍ରସନ୍ନ କୁମାର ସ୍ବାଇଁ ଏବଂ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ, ଗୀତଗୋବିନ୍ଦ, ଛାନ୍ଦ, ଚମ୍ପୁ ସହିତ ଲୋକକଳା ଦାସକାଠିଆ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ପରିବେଷିତ ହୋଇଥିଲା। ଏହି ଉତ୍ସବରେ ଗୁରୁ ରତିକାନ୍ତ ମହାପାତ୍ରଙ୍କୁ “ନାଦବ୍ରହ୍ମ” ସମ୍ମାନରେ ଭୂଷିତ କରାଯାଇଥିଲା ।

ଦ୍ଵିତୀୟ ଦିବସରେ ଦୁଷ୍ମନ୍ତ ସ୍ବାଇଁ, ବିଷ୍ଣୁପଦ ସେଠୀ, ମଧୁସୂଦନ ଦାସ, ଗୁରୁ ଗୋପାଳଚନ୍ଦ୍ର ପଣ୍ଡା,ଉମେଶ ପାଣିଗ୍ରାହୀ ଓ ନାଦବ୍ରହ୍ମର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମହାପାତ୍ର ମିନତୀ ଭଞ୍ଜ, ନିମାକାନ୍ତ ରାଉତରାୟ, ମହାପ୍ରସାଦ କର, ଅବନ୍ତିକା ପଟ୍ଟନାୟକ, ଶ୍ଵେତା ମିଶ୍ର, ବିଜୟଲକ୍ଷ୍ମୀ ରାଉତରାୟ, ଭାରତୀ ଜେନା, ଜୟସ୍ମିତା କୁଅଁର, ସୁବାଷ ରାଉତ ପ୍ରମୁଖ ଶିଳ୍ପୀମାନେ ସେମାନଙ୍କ କଳା ପରିବେଷଣ କରିଥିଲେ । ଏହା ସହ ଶିଳ୍ପୀ ଦିବାକର ପରିଡ଼ା, ମର୍ଦ୍ଦଳ ଓ ସଂଗୀତ ନିର୍ଦ୍ଦେଶକ ସୀତାଂଶୁ ଶେଖର ରାଉତଙ୍କୁ ଗୁରୁ ଜଗନ୍ନାଥ କୁଅଁର ବାଦ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।

ପରିଶେଷରେ ଅନୁଷ୍ଠାନର ସମ୍ପାଦକ ଜଗନ୍ନାଥ କୁଅଁର ଅନୁଷ୍ଠାନର ଆଭିମୁଖ୍ୟ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.