Latest Odisha News

BREAKING NEWS

ମୟୂର ପୁଚ୍ଛ ବଦଳାଇ ଦେବ ଭାଗ୍ୟ

ଭୁବନେଶ୍ୱର : ମଣିଷ ସବୁବେଳେ ସୁଖ ଶାନ୍ତିରେ ରହିବାକୁ ଇଚ୍ଛା କରିଥାଏ। ଯଦି ଘରେ ଅଭାବ ଅନଟନ ଓ କଳିଝଗଡ଼ା ଲାଗି ରୁହେ ତାହାହେଲେ ମଣିଷ ସବୁବେଳେ ଟେନସନ୍‌ରେ ରହିଥାଏ। ଘରର ବାସ୍ତୁଦୋଷ ଥିଲେ ଏପରି ସମସ୍ୟା ଭୋଗିବାକୁ ପଡ଼ିଥାଏ ବୋଲି ବାସ୍ତୁବିତ୍ ମତାମତ ଦେଇଥାନ୍ତି। ଏହାର ନିରାକରଣ ପାଇଁ ମଧ୍ୟ ଉପାୟ ଦେଇଥାନ୍ତି। ଯାହା କରିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ସେଥିମଧ୍ୟରୁ ଘରେ ଯଦି ମୟୂର ପୁଚ୍ଛ ରଖିବେ ତାହାହେଲେ ଘରେ ଥିବା ବାସ୍ତୁଦୋଷ ଦୂର ହେବା ସହ ଶୁଭ ଫଳ ମିଳିଥାଏ ବୋଲି ବାସ୍ତୁବିତ୍‌ ମାନେ ମତାମତ ଦେଇଛନ୍ତି। ଏପରିକି ମୟୂର ପୁଚ୍ଛ ସହ ଧନର ଦେବୀ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ରହିଥିବା କୁହାଯାଇଥାଏ।

ଘରେ ମୟୂର ପୁଚ୍ଛ ରଖିଲେ ଶୁଭ ଫଳ ମିଳିଥାଏ। ଏହାସହ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ। ଘରର ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ଘରେ ମୟୂର ପୁଚ୍ଛ ପୂର୍ବ ଦିଗରେ ରଖିଲେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ । ଘରେ ମୟୂର ପୁଚ୍ଛ ଉତ୍ତର –ପଶ୍ଚିମ ଦିଗରେ ରଖିଲେ ଘର ଅଭାବ ଅନାଟନ ଦୂର ହୋଇଥାଏ। ଏହାସହ ଧନବୃଦ୍ଧିରେ ସହାୟକ ହୋଇଥାଏ।
ଭଗବାନ ଶ୍ରୀକୃଷ୍ଣଙ୍କ ମୁକୁଟରେ ମୟୂରପୁଚ୍ଛ ଶୋଭାପାଇଥାଏ। ଏଥିପାଇଁ ଘରେ ମୟୂରପୁଚ୍ଛ ରଖିଲେ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ।

Comments are closed.