Latest Odisha News

ଜାଣନ୍ତୁ କିଏ ? ତାଲିବାନୀଙ୍କ ଭୟରେ କେଉଁ ମହିଳା ୧୦ ବର୍ଷ ଧରି ନିଜକୁ ପୁରୁଷ ବେଶରେ ସଜାଇ ରଖିଥିଲେ

ଭୁବନେଶ୍ୱର: ତାଲିବାନୀମାନଙ୍କ ମହିଳା ଅତ୍ୟାଚାରର ଆଉ ଏକ କ୍ରୁର ବାସ୍ତବତା ସାମ୍ନାକୁ ଆସିଛି । ଜଣେ ଲେଖିକା ତଥା ଆଫଗାନ ରିଫ୍ୟୁଜି ନାଦିଆ ଗୁଲାମ ପ୍ରାୟ ୧୦ ବର୍ଷ ଧରି କାଟାଲୋନିଆଠାରେ ନିଜକୁ ପୁରୁଷ ବେଶରେ ସଜାଇ ସବୁ କାମ କରୁଥିଲେ । ଏ କଥା ଖୋଦ ନାଦିଆ ଗୁଲାମ ପ୍ରକାଶ କରିଛନ୍ତି ।

୧୯୮୫ରେ ଆଫଗାନିସ୍ତାନରେ ଜନ୍ମିତ ନାଦିଆ ଆଜିକୁ ୧୫ ବର୍ଷ ପୂର୍ବରୁ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ସହାୟତାରେ କାଟାଲୋନିଆକୁ ଚାଲିଆସିଥିଲେ । ତେବେ ଅନ୍ୟ ଯୁବତୀଙ୍କ ପରି ସେ ଆଫଗାନିସ୍ତାନ ଗୃହଯୁଦ୍ଧକୁ ଅତି ପାଖରୁ ଦେଖିଥିିଲେ । ତା ଛଡା ମହିଳାମାନଙ୍କ ଉପରେ ତାଲିବାନୀଙ୍କ ଅକଥନୀୟ ଅତ୍ୟାଚାରକୁ ସେ ଦ ସିକ୍ରେଟ ଅଫ୍ ମାଇଁ ଟର୍ବାନ୍ ନାମକ ଉପନ୍ୟାସରେ ବଖାଣିଛନ୍ତି ।

ସାମ୍ବାଦିକ ଆନିଏସ୍ ରୋଜରଙ୍କ ସହ ମିଶି ନିଜ ଆତ୍ମକଥାକୁ ସେ ଉପନ୍ୟାସ ମାଧ୍ୟମରେ ପ୍ରକାଶ କରିବାରେ ସଫଳ ହୋଇଛନ୍ତି । କାଟାଲୋନିଆଠାରେ ପୁରୁଷ ବେଶରେ ଦୀର୍ଘ ୧୦ ବର୍ଷ ଧରି ତାଙ୍କର ସଂଘର୍ଷ ଥିଲା ଅବର୍ଣ୍ଣନୀୟ । ଏଥି ପୂର୍ବରୁ ନାଦିଆ ବାଡୋଲୋନାଠାରେ ଥିବା ଏକ ଶାନ୍ତି ସଙ୍ଗଠନ ଚଳାଇ ପ୍ରାୟ ୩୫ ଜଣ ଆଫଗାନୀ ଝିଅଙ୍କୁ ସ୍କୁଲ ପଠାଇବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.