Latest Odisha News

BREAKING NEWS

କ୍ରିୟାଶୀଳ ହେବ ସ୍ବାସ୍ଥ୍ୟ ସେବା: ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରାୟ ୧୧,୦୦୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି ।

BjdElectrycity

ଏହି ପଦବୀ ଗୁଡିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବୀ ଗୁଡିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ । ଓଡିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବୀ ଗୁଡିକ ପୂରଣ କରାଯିବ ।

ଏହି ନୂତନ ପଦବୀ ଗୁଡିକ ମଧ୍ୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଗୁଡିକରେ ୨୬୫୯ଟି ପଦବୀ ସୃଷ୍ଟି କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବୀ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବୀ ସୃଷ୍ଟି କରାଯାଇଛି।

Leave A Reply

Your email address will not be published.