Latest Odisha News

BREAKING NEWS

ଟିକା ନେଲେ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି

ନୂଆଦିଲ୍ଲୀ: ତେଲୁଗୁ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ନାଗାର୍ଜୁନ ଅକ୍କିନେନି ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଦିନ କୋଭାକ୍ସିନ ଟିକା ଗ୍ରହଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ସୁପରଷ୍ଟାର ଯିଏକି କରୋନା ଟିକାକରଣର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି।

ବୁଧବାର, ନାଗାର୍ଜୁନ ନିଜ ଟିକା ଗ୍ରହଣ କରିଥିବା ବିଷୟକୁ ସମସ୍ତଙ୍କୁ ଜଣାଇବା ସହିତ ଯୋଗ୍ୟ ଲୋକଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଅନୁରୋଧ କରୁଛି ଯିଏ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବା ଉଚିତ।

Comments are closed.