Latest Odisha News

BREAKING NEWS

ନଭେମ୍ବର ୨୭ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, କାର୍ତ୍ତିକ ମାସ ନୀତିକାନ୍ତି ଚୁଡ଼ାନ୍ତ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତ ଚୁଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯିବ । ପରେ ମଙ୍ଗଳ ଆଳତି, ମଇଲମ, ତଡପ ଲାଗି, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ନୀତି ସମ୍ପାଦିତ ହେବ ।

ପରେ ଶ୍ରୀଜିଭମାନଙ୍କର ଦ୍ୱିତୀୟ ଭୋଗ ମଣ୍ଡପ, ସନ୍ଧ୍ୟା ଆରତି, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ବେଶ ଆଦି ନୀତି କରାଯିବା ନେଇ ନିର୍ଘଣ୍ଟ ହୋଇଛି । ନଭେମ୍ବର ୨୫ ତାରିଖରେ ଲକ୍ଷ୍ମୀନାରାୟଣ ବେଶ, ୨୬ରେ ବାଙ୍କଚୂଡ଼ା ବେଶ ଓ ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉମାନଙ୍କର ନାଗାର୍ଜୁନ ବେଶ ।

ନଭେମ୍ବର ୨୮ରେ ତ୍ରିବିକ୍ରମ ବେଶ, ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଓ ନଭେମ୍ୱର ୩୦ ତାରିଖରେ ରାଜଧିରାଜଜ ବେଶଙ୍କର ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ବର୍ତ୍ତମାନ କରୋନା କାୟା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । କାର୍ତ୍ତିକ ମାସରେ ଖୋଲବ କି ନାହିଁ ତାଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଅପେକ୍ଷା ରହିଛି ।

Leave A Reply

Your email address will not be published.