Latest Odisha News

ନୈନା ଦେବୀଙ୍କ ଦର୍ଶନ କଲେ ଭଲ ହେବ ଚକ୍ଷୁ ସମସ୍ୟା !

ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିଟିକୁ ଯଥାର୍ଥତା ଦେଇଛନ୍ତି ମା ନୈନା ଦେବୀ । ଉତ୍ତରାଖଣ୍ଡସ୍ଥ ନୈନା ହ୍ରଦର ଉତ୍ତର କୂଳରେ ଅବସ୍ଥିତ ମାଆ ନୈନା ଦେବୀଙ୍କ ମନ୍ଦିର । ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି କୁହାଯାଏ। ବିସ୍ମୟର କଥା ହେଉଛି ଏଠାରେ ମା’ଙ୍କୁ ଦର୍ଶନ କଲେ ଲୋକଙ୍କ ନେତ୍ର ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

ମନ୍ଦିର ଭିତରେ ନୈନା ଦେବୀଙ୍କ ସହ ପ୍ରଭୁ ଗଣେଶ, ମା’କାଳୀଙ୍କର ମୂର୍ତ୍ତି ମଧ୍ୟ ରହିଛି। ମନ୍ଦିରର ପ୍ରବେଶ ଦ୍ୱାର ଠାରେ ଅଶ୍ୱତ୍ଥ ବୃକ୍ଷ ରହିଛି। ଏଠାରେ ମା’ପାର୍ବତୀଙ୍କୁ ନନ୍ଦା ଦେବୀ ବୋଲି କୁହାଯାଏ।

ମନ୍ଦିରରେ ନନ୍ଦା ଅଷ୍ଟମୀ ଦିନ ବଡ଼ ଧରଣର ମେଳାର ଆୟୋଜନ ହୋଇଥାଏ। ଯାହା ପ୍ରାୟ ୮ ଦିନ ପର୍ଯ୍ୟନ୍ତ ହୋଇଥାଏ।

ଏହାକୁ ଛାଡି ଏଠାରେ ରହିଛି ମାଲ୍ଲୀତାଲ ଏବଂ ତାଲ୍ଲୀତାଲ ଯାହା ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ର ଅଟେ । ଏହି ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ସଡ଼କକୁ ମାଲ ରୋଡ଼ କୁହାଯାଏ।

ନିକଟରେ ଚିଡ଼ିଆଖାନା, ରାଜଭବନ, କେଭଗାର୍ଡ଼ନ, ଭୀମତାଲ, ନୌକୁଚିଆତାଲ, ସାତତାଲ, ମୁକ୍ତେଶ୍ୱର, ରାମଗଡ଼, ରାଣୀଖେତ ଭଳି ବହୁ ସ୍ଥାନ ବୁଲିପାରିବେ।

ଏହାଛଡ଼ା ଆପଣ ମାଲ ରୋଡ଼ ଯାଇ ସେଠାରେ ସପିଙ୍ଗର ମଜା ନେଇ ପାରିବେ। ସୁନ୍ଦର ପୋଷାକ, ସାଜସଜ୍ଜା ଦ୍ରବ୍ୟ, ଅନ୍ୟାନ୍ୟ ବହୁ ଦ୍ରବ୍ୟ ମିଳିଥାଏ।

Comments are closed.