Latest Odisha News

ବରଫ ପାଲଟିଗଲା ନାକୋ ହ୍ରଦ, ଫୁଟବଲର ମଜା ଉଠାଉଛନ୍ତି ଛୋଟ ପିଲା

କିନୌର: ହିମାଚଳପ୍ରଦେଶର କିନୌର ଜିଲା ପ୍ରବଳ ଥଣ୍ଡା ଯୋଗୂୁ ଏକପ୍ରକାର ବରଫର ସହର ପାଲଟିଯାଇଛି । ଏଠାକାର ପର୍ଯ୍ୟଟନ ସ୍ଥଳ ନାକୋ ହ୍ରଦ ସମ୍ପୂର୍ଣ୍ଣ ଭାବେ ବରଫ ପାଲଟି ଯାଇଛି । ଏଥିରେ ପିଲାମାନେ ଫୁଟବଲ ଏବଂ ସ୍କେଟିଂର ମଜା ଉଠାଉଛନ୍ତି । ଜୀବଜନ୍ତୁଙ୍କ ପାଇଁ ଏଠାରେ ପାନୀୟ ଜଳ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ପାନୀୟ ଜଳ ଯୋଗାଣ ପ୍ରାୟତଃ ବନ୍ଦ ହୋଇଯାଇଛି ।

ସ୍ଥାନୀୟ ବାସିନ୍ଦା ବରଫକୁ ଗରମ କରି ତରଳାଇ ଏହି ଅଭାବ ଦୂର କରୁଛନ୍ତି । ଏବେ ଏଠାକାର ତାପମାତ୍ରା ମାଇନସ ୮ଡିଗ୍ରୀରୁ ତଳକୁ ଖସି ଆସିଛି । ଏ ସବୁ ସତ୍ୱେ ପର୍ଯ୍ୟଟକମାନେ ପ୍ରକୃତିର ଏହି ରୂପର ମଜା ଉଠାଇବାକୁ ଏଠାକୁ ଏବେ ବି ଆସୁଛନ୍ତି ।

Leave A Reply

Your email address will not be published.