Latest Odisha News

[ଭିଡ଼ିଓ] ଚିତ୍ରକଳାରେ କୃଷକ ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ଦେଶର ମେରୁଦଣ୍ଡ ହେଉଛି କୃଷକ। ଯିଏ କି ଖରା ବର୍ଷା କାକରକୁ ଖାତିର ନକରି ଆମକୁ ଅନ୍ନ ଯୋଗାଇଥାଏ।। ସେହି ଅନ୍ନଦାତା କୃଷକଙ୍କ ପାଇଁ ଆଜି ହେଉଛି ଦିନଟିଏ। ଆଜି ଏହି କୃଷକ ଦିବସରେ ନିଜ ଚିତ୍ରକଳା ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ।

ପେପର କାଟୁନ ମାଧ୍ୟମରେ ୧ ଫୂଟ ଉଚ୍ଚତାରେ ଚାଷଜମିରେ କାର୍ୟ୍ୟରତ ଏକ କୃଷକର କ୍ରାଫ୍ଟ କରିଛନ୍ତି । ଚାଷଜମି ପାଇଁ ସେ ଏକ ଥାଳିରେ ମାଟି ରଖି ଦୁବ ଓ ଘାସ ଗଛ ଲଗେଇଛନ୍ତି ଏବଂ ଗୋଟେ ପାଳଭୂତ ରଖିଛନ୍ତି ।

କୃଷକ ହାତରେ ଷ୍ଟ୍ର ରେ ଜାତୀୟ ପତାକା ଧରିଛନ୍ତି ଏବଂ ସେଥିରେ ଲେଖା ହୋଇଛି ଜୟ ଜବାନ, ଜୟ କିଷାନ, ଜାତୀୟ କୃଷକ ଦିବସ ୨୦୨୧. ଅନ୍ୟ ଏକ ହାତରେ ଧାନ ଗୁଚ୍ଛା ଧରିଛନ୍ତି । ତା ଆଗରେ ସମସ୍ତ ଶସ୍ୟ, ମକା, ଧାନ ଓ ପରିବା ମଧ୍ୟ ରଖିଛନ୍ତି ।
ଆଜିର ଏହି ଦିବସରେ ପ୍ରିୟଙ୍କା ଏହି ଚିତ୍ର ସେଇ ଚାଷୀଭାଇଙ୍କ ଉଦ୍ୟେଶରେ ସମର୍ପଣ କରିଛନ୍ତି ।

Leave A Reply

Your email address will not be published.