Latest Odisha News

BREAKING NEWS

[ଭିଡ଼ିଓ] ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ଜୋରଦାର ଆନ୍ଦୋଳନ

କଳାହାଣ୍ଡି : କ୍ଷତିଗ୍ରସ୍ତ ମାନଙ୍କୁ ଟଙ୍କା ଫେରାଅ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ। ଏହି ଧମକ ଦେଇଛନ୍ତି ଜମାକାରୀ ମିଳିତ ମଞ୍ଚ ।

କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ତହସିଲ ଅଞ୍ଚଳର ପଞ୍ଜି ସ୍କିମ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ଦାଵିରେ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।  ଜମକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ  ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜମାକାରୀ ଗଣଧାରଣା ଚେତାଵନୀ ଦିଆଯାଇଛି ।

ସରକାରୀ ପ୍ରୋତ୍ସାହନରେ ଠକ କମ୍ପାନୀମାନେ ଜମାକାରୀଙ୍କଠାରୁ ଜମା ଟଙ୍କା ନେଇ ଉଭାନ୍ ହୋଇଥିଵା ଵେଳେ ଜମାକାରୀ  ମାନଙ୍କ ଟଙ୍କା ନେଇ ସେମାନଙ୍କୁ ଫେରାଇବାର ପ୍ରତିଶ୍ରୁତି ଦିଆଯାଉଛି । ହେଲେ କୌଣସି ଟଙ୍କା ଫେରସ୍ତର ନାଁ ନାହିଁ । ଯାହାର ପ୍ରତିବାଦ କରିଛନ୍ତି ଜମାକାରୀ ମାନେ।

ସମସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ସତ୍ଯାଗ୍ରହରେ ଵସି ରହିଵେ । ଶେଷରେ ଅତିରିକ୍ତ ତହସିଲଦାର ଦାଵି ପତ୍ର ଗ୍ରହଣ କରି ତହସିଲ ଜରିଆରେ ଜାଞ୍ଚ ପାଇଁ ଆସିଥିଵା ଜମାକାରୀଙ୍କ ତାଲିକା ମଞ୍ଚ ସହାୟତା ନେଇ ଖୁଵ ଶିଘ୍ର  ଟଙ୍କା ଫେରସ୍ତ ପ୍ରତିଶୃତି ଦେଇଥିଲେ।

Leave A Reply

Your email address will not be published.