Latest Odisha News

BREAKING NEWS

କୁନୋ ଚିତା ମୃତ୍ୟୁ ଘଟଣାକୁ ସ୍ୱାଭାବିକ୍ ବୋଲି କହିଲେ ନାମିବିଆନ୍ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ

ନୁଆଦିଲ୍ଲୀ: ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ମୋଟ ୨୦ ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଗଲାଣି । ଗତକାଲି ନାମିବିଆ ହାଇକମିସନର୍‌ ଗାବ୍ରିଏଲ୍‌ ସିନିମ୍ବୋ ଏହି ଘଟଣାକୁ ସ୍ବାଭାବିକ ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସେମାନଙ୍କୁ ନୂତନ ପରିବେଶକୁ ଅଣାଯାଇଥିବାରୁ ଏଭଳି ଘଟୁଛି । କିନ୍ତୁ ଧିରେ ଧିରେ ସେମାନେ ଭାରତୀୟ ପରିବେଶରେ ସମ୍ପୂର୍ଣ୍ଣ ଭାବରେ ଅଭ୍ୟସ୍ତ ହୋଇଯିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସିନିମ୍ବୋ କହିଛନ୍ତି, ଯେକୌଣସି ପ୍ରକାର ଜୀବଯନ୍ତୁଙ୍କୁ ନୂତନ ପରିବେଶରେ ଛଡ଼ାଗଲେ ଏମିତି ମୃତ୍ୟୁ ବା ଅସୁସ୍ଥତା ଭଳି କେତେକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତକୁ ବଡ଼ ବିରାଡ଼ି ପ୍ରଜାତିର ଚିତା ଆଣିବା ବିଷୟକୁ ନେଇ ପ୍ରଶଂସା କରିବା ସହିତ ଏହା ଏକ ଅଭିନବ ପ୍ରୟାସ ବୋଲି ଗାବ୍ରିଏଲ୍‌ ସିନିମ୍ବୋ କହିଛନ୍ତି । ପରସ୍ପର ମଧ୍ୟରେ ଥିବା ସୁସମ୍ପର୍କକୁ ଦୃଷ୍ଟିରେ ରଖି ଭାରତର ଏହି ପଦକ୍ଷେପକୁ ନେଇ ନାମିବିଆ ଅତ୍ୟନ୍ତ ସନ୍ତୁଷ୍ଟ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ୨ଟି ଦେଶରୁ ଅଣାଯାଇଥିବା ୨୦ଟି ଚିତାରୁ ବର୍ତ୍ତମାନ ସୁଧା ୯ଟି ଚିତାର ମୃତ୍ୟୁ ହୋଇସାରିଛି । ବାକି ୭ଟି ଅଣ୍ଡିରା ଓ ୬ଟି ମାଈ ଚିତା ଏବଂ ଗୋଟିଏ ମାଈ ଚିତାଛୁଆଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଥିବା ‘ଏନ୍‌କ୍ଲୋଜର୍‌’ରେ ରଖାଯାଇଛି। କୁନୋ ବନ୍ୟପ୍ରାଣୀ ଚିକିତ୍ସକ ଓ ନାମିବିଆନ୍ ବିଶେଷଜ୍ଞମାନେ ନିୟମିତ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

Leave A Reply

Your email address will not be published.