Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକ ବୁଲିବେ ନନ୍ଦନକାନନ, ସାତ ମାସ ପରେ ଖୋଲିବ

ଭୁବନେଶ୍ୱର: ଆଜିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ଯୋଗୁ ସାତ ମାସ ବନ୍ଦ ରହିବା ପରେ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ । ଏବେ କୋଭିଡ୍ କଟକଣା ଭିତରେ ଖୋଲିବ । ଦୈନିକ ୧୫୦୦ ପର୍ଯ୍ୟଟକ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ ।

ନନ୍ଦନକାନନ ମଧ୍ୟକୁ ପ୍ରବେଶ ବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । କୋଭିଡ୍ ଲକ୍ଷଣ ଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ମାସ୍କ ନଥିଲେ ଏଣ୍ଟ୍ରି ନାହିଁ । ସାମାଜିକ ଦୂରତାରୁ ଗୁରୁତ୍ୱ ଦିଆଯାଇଛି । ଟିକେଟ କାଉଣ୍ଟରରେ ପ୍ରତି ଦୁଇ ଫୁଟ ଦୂରତାରେ ଗୋଲେଇ ଟ୍ରାକ କରାଯାଇଛି ।

ନନ୍ଦନକାନନ ଭିତରେ ବି ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡଠାରୁ ଏକ ଫୁଟ ଦୂରତାରେ ରହି ଜୀବଜନ୍ତୁଙ୍କୁ ଦେଖିପାରିବେ ପର୍ଯ୍ୟଟକ। କୋଭିଡ୍ କଟକଣାକୁ କିଭଳି କଡ଼ାକଡ଼ି ପାଳନ କରାଯିବ ସେନେଇ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ଆଜିଠାରୁ ନନ୍ଦନକାନ ଓ ବଟାନିକାଲ୍ ଗାର୍ଡେନ ଖୋଲୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସଫାରି ଓ ବୋଟିଂକୁ ବନ୍ଦ କରାଯାଇଛି । କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ବନ୍ଦ ରଖାଯାଇଥିଲା ।

Leave A Reply

Your email address will not be published.