Latest Odisha News

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ମନା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ୠତୁ। ପର୍ଯ୍ୟଟକମାନେ ବଣଭୋଜି କରିବା ପାଇଁ ଅନେକ ସ୍ଥାନକୁ ଯାଆନ୍ତି। ଏଥିରେ ନନ୍ଦନକାନନ ଅନ୍ୟତମ। କିନ୍ତୁ ଚଳିତଥର ପର୍ଯ୍ୟଟକଙ୍କ ପାଇଁ ଏକ ଦୁଃଖ ଖବର ଆସିଛି। ନନ୍ଦନକାନନର ଉଦ୍ଭିଦ ଉଦ୍ୟାନରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଆଉ କରିପାରିବେନି ବଣ ଭୋଜ। ସେମାନେ ଆଉ ଆଗଭଳି ସୁନ୍ଦର ସବୁଜିମା ମଧ୍ୟରେ ବଣ ଭୋଜି କରିବାର ସୁଯୋଗ ପାଇ ପାରିବେ ନାହିଁ।

ବନବିଭାଗ ନନ୍ଦନକାନନର ଉଦ୍ଭିଦ ଉଦ୍ୟାନ(ବଟାନିକାଲ ଗାଡ଼େନ)ରେ ବଣଭୋଜିକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି। ବଣଭୋଜି ସମୟରେ ପର୍ଯ୍ୟଟକଙ୍କ ପ୍ଲାଷ୍ଟିର ବହୁଳ ବ୍ୟବହାର ଓ ଶବ୍ଦ ପ୍ରଦୃଷଣ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ପ୍ରତ୍ୟେକ ବର୍ଷ ବଟାନିକାଲ ଗାଡ଼େନକୁ ହଜାର ହଜାର ପର୍ଯ୍ୟଟକ ବଣ ଭୋଜି କରିବାକୁ ଆସିଥାନ୍ତି।

ମାତ୍ର ଅଧିକ ଶବଦରେ ସାଉଣ୍ଡ ବକ୍ସ ବଜାଇବା ଦ୍ୱାରା ଜୀବଜନ୍ତୁଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ବଟାନିକାଲ ଗାଡ଼େନ ନିକଟରେ ରହିଛି ଦେଶର ବୃହତ ପ୍ରାଣୀ ଉଦ୍ୟାନ। ଏଠାରେ ରହିଛନ୍ତି ଦେଶ ବିଦେଶର ୧୬୯ ପ୍ରଜାତୀର ୪୨୮୫ ଜୀବଜନ୍ତୁ। ସେଥିମଧ୍ୟରୁ ୧୦୯ଟି ଭାରତୀୟ ଓ ୬୦ଟି ବିଦେଣୀ ପ୍ରଜାତୀର ଜୀବଜନ୍ତୁ ।

 

Comments are closed.