Latest Odisha News

BREAKING NEWS

ନନ୍ଦନକାନନ ଆସିଲେ ୨ ନୂଆ ଅତିଥି ଜିରାଫ

ଭୁବନେଶ୍ୱର: କୋଲକାତା ଚିଡ଼ିଆଖାନାରୁ ନନ୍ଦନକାନନକୁ ଅଣାଗଲା ୨ ଜିରାଫ। ନୂଆ ଅତିଥି ଭାବେ ୨ଟି ଜିରାଫ ଅଣାଯାଇଛି। ଗୋଟିଏ ମାଈ ଓ ଗୋଟିଏ ପୁରୁଷ ଜିରାଫ ଅଣାଯାଇଛି। ତେବେ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଅଣାଯାଇଥିବା ସୂଚନା ମିଳିଛି।

୨ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ସୂଚନା ଅନୁସାରେ କୋଲକାତା ଅଲିପୁରରୁ ନନ୍ଦନକାନନକୁ ଏହି ୨ ଜିରାଫକୁ ଅଣାଯାଇଛି। ଏହି ଜିରାଫ ଆସିବା ପରେ ଏବେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ୨୦୧୨ରେ ‘ଖୁସି’ ନାମକ ମାଈ ଜିରାଫ ଅଣାଯାଇଥିଲା।

 

Comments are closed.