Latest Odisha News

BREAKING NEWS

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍ ଖୋଲିବ ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ ମିଶ୍ର।

ପ୍ରାଣୀ ଉଦ୍ୟାନ୍ ଖୋଲିବା ପୂର୍ବରୁ ଏକ ଏସଓପି ଜାରି କରାଯିବ । ଏଥିସହିତ ବୁଲିବା ସମୟରେ ପର୍ଯ୍ୟଟକ ମାନେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ବୋଲି ସୂଚନା ମିଳିଛି।

ତେବେ ପ୍ରାଣୀ ଉଦ୍ୟାନର ରେଲିଂ ଗୁଡିକୁ ଧରିବାରୁ ଦୂରେଇ ରହିବା ପାଇଁ ପ୍ରିନ୍ସିପଲ୍ ଚିଫ୍ କନଜର୍ଭେଟର ଅଫ୍ ଫରେଷ୍ଟ (ୱାଇଲ୍ଡ ଲାଇଫ୍‌) ହରି ଶଙ୍କର ଉପାଧ୍ୟାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.