Latest Odisha News

BREAKING NEWS

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ ପେନସନ ସହ ଅନ୍ୟାନ୍ୟ ଦାବି ନେଇ ଧାରଣା ଦେଇଥିଲେ। ଅନ୍ୟ ରାଜ୍ୟଭଳି ଓଡ଼ିଶାରେ ବି ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ କରାଯାଉ ବୋଲି ନରସିଂହ ଦାବି କରିଛନ୍ତି ।

ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା କରନ୍ତୁ ସରକାର । ଦୀର୍ଘଦିନ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁନାହିଁ । ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ବିନା ଶୁକ୍ଳରେ ପ୍ରବେଶ ଅନୁମତି ମିଳୁ ବୋଲି ନରସିଂହ ଦାବି କରିଛନ୍ତି ।

ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ ଦାବି କରିଛି। ଏହି ମର୍ମରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି। ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ଯେ ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ଜରୁରି ହୋଇପଡ଼ିଛି। ମହାମାରୀ କୋଭିଡ-୧୯ ସମୟରେ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। କିନ୍ତୁ ଅବସର ପରେ ଅସହାୟ ଅବସ୍ଥାର ସମ୍ମୁଖୀନ ହେଉଥିବା ସାମ୍ବାଦିକଙ୍କୁ ସାମାଜିକ ନିରାପତ୍ତା ବ୍ୟବସ୍ଥା ମଧ୍ୟକୁ ଆଣି ତୁରନ୍ତ ମାସିକ ଅତିକମ୍‌ରେ ୨୦ ହଜାର ଟଙ୍କାର ପେନସନ ପ୍ରଦାନ ଦେବାକୁ ସାମ୍ବାଦିକ ସଂଘ ଦାବି କରିଛି। ଏହି ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୁଷଣ କରଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଧାରଣା ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ସ୍ମାରକପତ୍ର।

Leave A Reply

Your email address will not be published.