Latest Odisha News

ସ୍ଵତନ୍ତ୍ର ଟ୍ରେନ ଯୋଗେ ତିରୁପତିଙ୍କ ଦର୍ଶନରେ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ

ଭୁବନେଶ୍ବର: ତିରୁପତିଙ୍କ ଦର୍ଶନ ପାଇଁ ବାହାରିଲେ ୯୭୦ ଜଣ ବରିଷ୍ଠ ନାଗରିକ । କରିବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭେଲ୍ଲୋର ଅଭିମୁଖେ ବାହାରିଲେ ବରିଷ୍ଠ ନାଗରିକ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ଵର ରେଲୱେ ଷ୍ଟେସନରୁ ଆଜି ବାହାରିଲା ଏହି ସ୍ଵତନ୍ତ୍ର ଟ୍ରେନ ।

ଭୁବନେଶ୍ଵର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାଜ୍ୟର ୬ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓଜଗତସିଂହପୁର ଜିଲ୍ଲାର ବରିଷ୍ଠ ନାଗରିକ ଯାତ୍ରା କରିଛନ୍ତି । ଏଥିରେ ୩୦ ଜଣ ଗାଇଡ ମଧ୍ୟ ରହିଛନ୍ତି । ତେବେ ତୀର୍ଥଯାତ୍ରୀମାନେ ଆଜି ଠାରୁ ଅର୍ଥାତ ୮ ତାରିଖରୁ ଯାତ୍ରା ଆରମ୍ଭ କରି ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ଫେରିବେ ।

ଏଯାବତ୍ ୨୭ଟି ପର୍ଯ୍ୟାୟରେ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଜଣେ ବରିଷ୍ଠ ନାଗରିକଙ୍କ ପିଛା ୧୬ ହଜାର ୮ ଶହ ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ରହିଛି । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଓ ତୀର୍ଥଯାତ୍ରା କରିବା ଇଚ୍ଛାକୁ ପୂରଣ କରିବା ପାଇଁ ଏହି ଯୋଜନା କରାଯାଇଛି ।

ଏହି ଯାତ୍ରା ଆରମ୍ଭ ସମୟରେ ଭୁବନେଶ୍ବର ରେଲୱେ ଷ୍ଟେସନରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଓଟିଡିସି ଅଧ୍ୟକ୍ଷ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.