Latest Odisha News

ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଲେ ନରସିଂହ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ଆଦିବାସୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି। ବୋଡେନ ଗାଁରେ ଗୋଟିଏ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଲୋକେ ଗାଁ ଛାଡ଼ୁଛନ୍ତି ବୋଲି କହିଛନ୍ତି ନରସିଂହ।

୨୦୨୨ ମସିହା ଜୁନ ମାସ ୨୧ ତାରିଖରେ ନୂଆପଡା ବୋଡେନରେ ମାଓବାଦୀ ତିନି ଜଣ ସିଆରପିଏଫ ପୋଲିସଙ୍କୁ ହତ୍ୟା କରିଥିଲେ। ଏହି ଅଭିଯୋଗରେ ପୋଲିସ ବୋଡେନ ଗାଁକୁ ଯାଇ ସାକ୍ଷୀ ପ୍ରମାଣ ଯୋଗାଡ଼ ନ କରି ବୋଡେନ ଗାଁର ଲୋକମାନଙ୍କୁ ଥାନାରେ ହଜାର ହେବାକୁ ନୋଟିସ ଦେଲେ।

ଥାନାରେ ହଜାର ହେବା ପରେ ସେମାନଙ୍କୁ ବୋଡେନ ଥାନାରେ ୫୦ ହଜାର ଟଙ୍କା ଅର୍ଥ ଲୋଭ ଦିଆଯାଇଥିଲା, ତଥାପି ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କଥା କହିଥିଲେ ବୋଲି ନରସିଂହ କହିଛନ୍ତି। ଏହା ପରେ ବି ସେମାନଙ୍କୁ ପୁଣି ପଚରାଉଚରା କରିବା ପାଇଁ ଏନଆଇଏ କଲିକତା ନେଇଥିଲେ। ସେଠି ତାଙ୍କୁ ଅତ୍ୟାଚାର କରଯାଇଥିବା କୁହାଯାଇଛି।

ଘଟଣା ସମ୍ପର୍କରେ ସେମାନେ କିଛି ଜାଣି ନ ଥିବା କହିବା ପରେ ବି ସେମାନଙ୍କୁ କଲିକତା ନେଇ ଅତ୍ୟାଚାର କରାଯାଇଥିବା ନରସିଂହ କହିଛନ୍ତି। ଯଦି ପୋଲିସ ଏଭଳି ଭାବରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରେ, ତା ହେଲେ ମାଓବାଦୀ ଚିନ୍ତାଧାରାକୁ ଦମନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି ନରସିଂହ।

ଗୋଟିଏ ପଟେ ମାଓବାଦୀର ଭୟ ଅନ୍ୟପଟେ ପୋଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଆଦିବାସୀ ଲୋକେ। ତେଣୁ ଏହାର ପ୍ରତିବାଦ କରାଯାଇଥିଲେ ବି ଓଡିଶା ପୋଲିସ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣିଛନ୍ତି ନରସିଂହ। ତେଣୁ ତୁରନ୍ତ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

Comments are closed.