ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ ରାଉତଙ୍କୁ କେବଳ କହିବା ପାଇଁ ରଖାଯାଇଛି । ଆଉ ବିନାୟକ ରାଉତ….ଛାଡ ମୁଡ ଖରାପ ହେଇଯାଉଛି । ବୋଧହୁଏ ଆଜି ରାତିରେ ଭୋଜନ କରିପାରିବି ନାହିଁ ବୋଲି ରାଣେ କହିଛନ୍ତି ।
ସୁଶାନ୍ତ ସିଂ ରାଜପୁତ, ଦିଶା ସାଲିୟାନଙ୍କ ମାମଲା ମଧ୍ୟ ସେ ଉଠାଇଥିଲେ । ନାରାୟଣ ରାଣେ ପଛରେ ପଡନି, ଏବେ ଅଳ୍ପ ଅଳ୍ପ କହୁଛି । ଏତେ ଜଲଦି ବ୍ରେକିଂ ନ୍ୟୁଜ ଦେବିନି । ଏହା ବ୍ୟତୀତ ସେ ନାମ ନ ଧରି କହିଥିଲେ, ତୁମକୁ କିଏ କହୁଥିଲା ନିଜ ଭାଇଙ୍କ ପତ୍ନୀ ଉପରେ ଏସିଡ ପକାଇବାକୁ । ଏହା କଣ ତୁମ ସଂସ୍କାର ଥିଲା । ରାଣେ ଏହି ବୟାନ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ବମ୍ବେ ହାଇକୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି ।
Comments are closed.