Latest Odisha News

BREAKING NEWS

ଡ୍ରଗ୍ସ କେସ୍: କମେଡିଆନ୍ ଭାରତୀୟ ସିଂଙ୍କ ପରେ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ

ମୁମ୍ୱାଇ: କମେଡି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପାଖାପାଖି ୧୫ ଘଣ୍ଟା ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା ଏନସିବି । ଗଞ୍ଜେଇ ସେବନ କରୁଥିବା ଭାରତୀ ଓ ହର୍ଷ ଲିମ୍ୱାଚିୟା ସ୍ୱୀକାର କରିଥିବା କହିଛି ଏନସିବି ।

ଜଣେ ଡ୍ରଗ୍ସ ବେପାରୀ ଧରାପଡ଼ିବା ପରେ ଭାରତୀଙ୍କ ଘରେ ଚଢାଉ କରିଥିଲା ଏନସିବି । ସେତେବେଳେ ତାଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହାପରେ ଭାରତୀ ଓ ହର୍ଷଙ୍କୁ ହାଜର ହେବାକୁ ସମନ କରିଥିଲା ଏନସିବି । ପଚରାଉଚରା ପରେ ଗତକାଲି ଭାରତୀ ଗିରଫ ହୋଇଥିଲା । ଏହାପରେ ହର୍ଷ ଲିମ୍ବାଚିଆଙ୍କୁ ବାନ୍ଧିଛି ତଦନ୍ତକାରି ଟିମ୍ ।

Leave A Reply

Your email address will not be published.