Latest Odisha News

୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ

୧୪ ରେ ବାରାଣସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାପୂର୍ବରୁ ଆସନ୍ତା ୧୩ ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି ।  ବାରାଣସୀରେ ଲୋକସଭା ଆସନରେ ଜୁନ ୧ ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀ ଆସନରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତିକାଲି ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ରାତି ପ୍ରାୟ ୯.୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଆସନ୍ତାକାଲି ରାତିରେ ସେ ଭୁବନେଶ୍ୱରରେ ରହି, ତା’ପରଦିନ ଅର୍ଥାତ ସୋମବାର ସକାଳୁ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ ।

Leave A Reply

Your email address will not be published.