Latest Odisha News

BREAKING NEWS

ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱରରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଅଭିନେତ୍ରୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ସହ ଘଟିଥିବା ଅସଦାଚରଣ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ଟେଲି ଅଭିନେତ୍ରୀ। ଏହି ଘଟଣାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।

ସେ ନିଜ ଅଭିଯୋଗରେ କହିଛନ୍ତି, “ଗତକାଲି ରାତିରେ, ଭୁବନେଶ୍ୱରର ଏକ ବାର୍ ଏବଂ ରେଷ୍ଟୁରାଣ୍ଟ ‘ରୋମିଓ ଲେନ୍’ରେ ମୋତେ ନିର୍ଯାତନା ଏବଂ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଥିଲା। କିଛି ପୁରୁଷ ମୋ ସହିତ ଖରାପ ବ୍ୟବହାର କରିଥିଲେ, ଏବଂ ଯେତେବେଳେ ମୁଁ ପ୍ରତିବାଦ କଲି, ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା। କିନ୍ତୁ ଏଥିରେ ବାଉନ୍ସର ଏବଂ ବାର୍ ମ୍ୟାନେଜମେଣ୍ଟ ହସ୍ତକ୍ଷେପ କରିବାରେ ବିଫଳ ହୋଇଥିଲେ”। ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହୁଅନ୍ତି ଏବଂ ସେମାନଙ୍କ ଉପସ୍ଥିତିରେ ଏପରି ଘଟଣା ଘଟାଇବାକୁ ଦିଅନ୍ତି, ସେମାନଙ୍କୁ ତୁରନ୍ତ ବନ୍ଦ କରାଯିବା ଉଚିତ।”

ସେ ଅଭିଯୁକ୍ତ ଏବଂ ପରିଚାଳନା ବିରୁଦ୍ଧରେ କଠୋର ଏବଂ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

Leave A Reply

Your email address will not be published.