Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍‌ କରି ନାହାନ୍ତି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି ।

BjdElectrycity

ସେହିପରି ୩୭ ସାଂସଦ ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ କୋଟିପତି । ତାଙ୍କ ସମ୍ପତ୍ତି ୪୧ କୋଟି ୯୮ ଲକ୍ଷ।ସେହିଭଳି ୩ ପ୍ରାର୍ଥୀ  ଦଶମ ପାସ୍‌ କରି ନାହାନ୍ତି ଏବଂ ଜଣେ ସ୍କୁଲ ମାଡ଼ି ନାହାନ୍ତି। ୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ ପାସ୍‌ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ମହିଳା ଅଛନ୍ତି।

 

Leave A Reply

Your email address will not be published.