Latest Odisha News

BREAKING NEWS

କନ୍ଦାଉଛି ପିଆଜ: ଗଛିତ ଅଛି ହେଲେ ଦର ବଢୁଛି !

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି । ଦର ଏବେ ୮୦ ପାଖାପାଖି ପହଁଚିଗଲାଣି । ଦୁଇ ସପ୍ତାହ ମଧ୍ୟରେ କିଲୋ ପିଛା ଦର ୨୦ ଟଙ୍କା ବଢିଗଲାଣି । ଏହାରି ଭିତରେ ସରକାର କହିଛନ୍ତି ଯେ, ପିଆଜ ଖୁଚୁରା ବ୍ୟବସାୟୀଙ୍କ ପାଇଁ ୨ଟନ୍ ଏବଂ ହୋଲସେଲରଙ୍କ ପାଇଁ ୨୫ ଟନ୍ ଗଛିତ ସୀମା ଧାର୍ଯ୍ୟ କରାଯାଇଛି ।

ସେପଟେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ସେମାନେ ଯେତିକି ଷ୍ଟକ୍ ମାଗୁଛନ୍ତି ସେତିକି ଆସୁଛି । ଏହାର ଅର୍ଥ ହେଉଛି ଯେ, ପିଆଜ ପ୍ରଚୁର ପରିମାଣର ଗଛିତ ରହିଛି । ଅମଳ ହେଉଥିବା ସ୍ଥାନରେ ଥିବା ବ୍ୟବସାୟୀଙ୍କ ମନମୁଖୀ ଦରବୃଦ୍ଧି ଯୋଗୁଁ ଚାରିଆଡେ ପିଆଜ ଦର ବୃଦ୍ଧି ପାଇଛି ।

ଏଥିସହ କର୍ପୋରେଟ୍ ସେକ୍ଟର ଏହି ବ୍ୟବସାୟରେ ପ୍ରବେଶ କରି ପନିପରିବା, ଡାଲି ଓ ତେଲର ମନଇଛା ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି । ସରକାର ତୁରନ୍ତ ସେହି ସୋର୍ସ ପଏଂଟରେ ବ୍ୟବସାୟୀଙ୍କ ପାଇଁ ଏକ ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିବା ଦରକାର ।

ଖୁଚୁରା ଓ ପାଇକାରୀ ବ୍ୟବସାୟୀଙ୍କ ପାଇଁ ପିଆଜ ଗଛିତ କରି ରଖିବାକୁ ସରକାର ଯେଉଁ ସୀମା ନିର୍ଦ୍ଧାରଣ କରିଛନ୍ତି ତାର ଓଡିଶାରେ କିଛି ବାସ୍ତବତା ନାହିଁ । କାରଣ ଓଡିଶାରେ ଏଯାଏ ପିଆଜ ଗଛିତ ରଖିବାକୁ କୌଣସି ଭିତ୍ତିଭୂମି ନାହିଁ । ଯେତେ ଷ୍ଟକ ଆସିବ ତାକୁ ଚାରିରୁ ପାଂଚ ଦିନ ଭିତରେ ବିକ୍ରି କରିବାକୁ ବ୍ୟବସାୟୀ ବାଧ୍ୟ ।

Leave A Reply

Your email address will not be published.