Latest Odisha News

BREAKING NEWS

ଆଇପିଏଲ କ୍ୟାରିୟରରେ ପ୍ରଥମ ଶତକ ମାରିଲେ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ । ଓପନିଂ ବ୍ୟାଟିଂ କରିବାକୁ ଆସି ସେ ମାତ୍ର ୪୯ ବଲରେ ତାଙ୍କ ଶତକ ପୂରଣ କରିଥିଲେ । ଟି୨୦ କ୍ୟାରିୟରରେ ମଧ୍ୟ ଏହା ତାଙ୍କର ଶ୍ରେଷ୍ଠ ସ୍କୋର । କେକେଆର ୨୨୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ସମ୍ମୁଖରେ ରଖିଛି । ସୁନୀଲ ୫୬ ବଲରେ ୧୩ ଚୌକା ଓ ୬ ଛକା ସହାୟତାରେ ୧୦୯ ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗକ୍ରିଶ ରଘୁବଂଶୀ ୩୦ ଓ ରିଙ୍କୁ ସିଂ ୨୦ ରନ କରିଥିଲେ ।

ଆଭେଶ ଖାଁ ଓ କୂଲଦୀପ ସେନ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । କେକେଆର ତାର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନ ଥିବା ବେଳେ ରାଜସ୍ଥାନ ଦଳକୁ ରବିଚନ୍ଦ୍ରନ ଅଶ୍ୱୀନ ଓ ଜୋସ ବଟଲର ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.