Latest Odisha News

BREAKING NEWS

ଏହି ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାମରେ ରାମ ରହିଥାନ୍ତି

ବାଙ୍କୁଡା: ରାମ ନବମୀ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବା ପରେ ଲୋକଙ୍କ ଶ୍ରୀରାମଙ୍କ ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପଶ୍ଚିମବଙ୍ଗର ବାଙ୍କୁଡାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାମରେ ରାମ ଅଛନ୍ତି । ଏହି ଗ୍ରାମର ନାମ ରାମପଡା । ଭଗବାନ ଶ୍ରୀରାମଙ୍କ ପ୍ରତି ତାଙ୍କର ଏହି ଆସ୍ଥା ବହୁ ଦିନରୁ ରହି ଆସିଛି । ପ୍ରତ୍ୟେକ ଜନ୍ମିତ ଶିଶୁର ଆରମ୍ଭରେ କିମ୍ବା ମଝିରେ ରାମ ଶବ୍ଦ ରହିବା ଏକ ପ୍ରକାର ମାନ୍ୟତା ହୋଇଯାଇଛି । ଯେପରି ରାମକନାରୀ, ରମାକାନ୍ତ ଓ ରାମଦୁଲାଲ ।

ଗୋଟିଏ ନାମର ପୂନରାବୃତି କରାଯାଏ ନାହିଁ । ସୋସିଆଲ ମିଡିଆରେ ଏହି ଗ୍ରାମ ସମ୍ପର୍କରେ ପ୍ରଚାରିତ ହେବା ପରେ ଏଠାକୁ ଏବେ ପର୍ଯ୍ୟଟକଙ୍କ ଭୀଡ ବଢ଼ିବାରେ ଲାଗିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲେ ରାମାୟଣ କଥା ସହ ଏହି ଗ୍ରାମର କିଛି ସମ୍ପର୍କ ନ ଥିବା ବେଳେ ଏବଂ ଗ୍ରାମବାସୀ କାହିଁକି ଏପରି ନାମ ରଖାଯାଉଛି ତାହା ମଧ୍ୟ ଜାଣି ନାହାନ୍ତି ।

Leave A Reply

Your email address will not be published.