Latest Odisha News

BREAKING NEWS

ଭୁଲ ଭୁଲୈୟା ୩ରେ ମାଧୂରୀ, ବିଦ୍ୟାଙ୍କ ଡ୍ୟାନ୍ସ ତଡକା

ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଅଭିନୀତ ଭୁଲ ଭୁଲୈୟା ୩ରେ ଦର୍ଶକ ଦେଖିବାକୁ ପାଇବେ ମାଧୁରୀ ଦୀକ୍ଷିତ ଓ ବିଦ୍ୟା ବାଲାନଙ୍କ ଡ୍ୟାନ୍ସ ତଡକା । ଅକ୍ଷୟ କୁମାର ଅଭିନୀତ ଭୁଲ ଭୁଲୈୟା ଓ କାର୍ତିକଙ୍କ ଭୁଲ ଭୁଲୈୟା ୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ ଏହାର ତୃତୀୟ ପାର୍ଟ ଦର୍ଶକଙ୍କୁ ସମ୍ମୁଖକୁ ଆସିବ । ଏହି ଫିଲ୍ମରେ ଦର୍ଶକଙ୍କୁ ଅନେକ କିଛି ଖାସ ଦେଖିବାକୁ ମିଳିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଆମୀ ଜେ ତୋମାର ଗୀତରେ ଏହି ଦୁଇ ଗ୍ଲାମର ଗର୍ଲଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି ।

ଏବେ ଏହି ଗୀତର କୋରିୟୋଗ୍ରାଫୀ ପ୍ରସ୍ତୁତ କରାଯାଉଛି । ଏହି ଦୁଇ ଜଣଙ୍କ ସହ ରୂହ ବାବା(କାର୍ତିକ)ଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପ୍ରଥମ ୨ ସଂସ୍କରଣର ସଫଳତା ଯୋଗୁ ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଉତ୍କଣ୍ଠା ବଢ଼ିଯାଇଛି । ଏଥର ମଧ୍ୟ ସେମାନେ ନିରାଶ ହେବେନି ବୋଲି କାର୍ତିକ କହିଛନ୍ତି ।

Leave A Reply

Your email address will not be published.