Latest Odisha News

BREAKING NEWS

ରାୟଗଡା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ

ରାୟଗଡା : ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ମଙ୍ଗଳବାର ଦିନ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଟ୍ରେନଟି କୋରାପୁଟ ଅଭିମୁଖେ ଯିବାବେଳେ ସିଙ୍ଗାପୁର ଷ୍ଟେସନ ନିକଟରେ ଟ୍ରାକରେ ଫାଟ ଥିବା ଜଣାପଡିଥିଲା ।

ବୈଷ୍ଣବ ଗୌଡ ନାମକ ଜଣେ ସିଗନାଲ ମ୍ୟାନ୍ ସିଙ୍ଗାପୁର ଷ୍ଟେସନ ନିକଟ ଟ୍ରାକରେ ଫାଟ ଥିବା ଜାଣିପାରି ରେଳ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ପରବର୍ତ୍ତୀ ସମୟରେ ଟ୍ରେନକୁ ଅନ୍ୟ ଏକ ଟ୍ରାକରେ ଡାଇଭର୍ଟ କରିବା ପରେ ସମ୍ପୃକ୍ତ ଅଧିକାରୀମାନେ ଲାଇନର ମରାମତି ଆରମ୍ଭ କରିଥିଲେ ।

ତେବେ ଏକ୍ସପ୍ରେସ ଟ୍ରେନଟି ପ୍ରାୟ ୧ଘଣ୍ଟା ବିଳମ୍ବରେ ଗନ୍ତବ୍ୟ ସ୍ଥଳକୁ ଗମନ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.