Latest Odisha News

BREAKING NEWS

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି ନିର୍ମାଣ

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଜନ୍ମଦିନ ବଡ଼ଦିନ ଅବସରରେ ଏହି ବିଶାଳ ବାଲୁକା କଳାଟି ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏହାର ଓସାର ପ୍ରାୟ ୧୦୦ ଫୁଟ । ସବୁଠାରୁ ବଡ଼କଥା ହେଲା ଏହି ବିରାଟକାୟ ବାଲୁକା କଳାରେ ୧୦ ହଜାର ପ୍ଲାଷ୍ଟିକ୍ ବୋତଲ ରହିଛି ।


ତେବେ ପଦ୍ମଶ୍ରୀ ସୁଦର୍ଶନ ତାଙ୍କର ଟ୍ୱିଟ୍ଟ୍ କରି ତାଙ୍କର ହଜାର ହଜାର ପ୍ରଶଂସକଙ୍କୁ ଏହି ବାଲୁକା କଳା ମାଧ୍ୟମରେ ବଡ଼ଦିନର ଶୁଭେଚ୍ଛା ଜଣାଇଥିବା ବେଳେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନ’କରି ପ୍ରଦୁଷଣମୁକ୍ତ ହେବାକୁ ନିବେଦନ କରିଛନ୍ତି ।


ପରିବେଶ ସୁରକ୍ଷା ସମ୍ବଳିତ ତଥା ବଡ଼ଦିନରେ ସାନ୍ତାକ୍ଲସ ବାଲୁକା କଳା ଦେଖିବାକୁ ଶହ ଶହ ପରିଦର୍ଶକ ସୁଦର୍ଶନଙ୍କର ପୁରୀ ସମୁଦ୍ରକୂଳ ବେଳାଭୂମିରେ ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.