Latest Odisha News

BREAKING NEWS

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଜଳର ସନ୍ଧାନ ପାଇଲା ନାସା

ଜହ୍ନ ରାଇଜରେ ଜାଗା କିଣିବା ଓ ଘର କରିବାର ସ୍ୱପ୍ନ ସାକାର ହୋଇପାରେ । ଗବେଷଣା ଭିତରେ ଆମେରିକା ପ୍ରତିରକ୍ଷା ଗବେଷଣା ସଂସ୍ଥା ନାସା ଆଉ ପାଦେ ଆଗେଇଛି । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ଖୋଜି ପାଇଛି ନାସା । ପ୍ରଥମ ଥର ଜଳ ଆବିଷ୍କାର କରିଥିବା ନେଇ ନାସା ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ପଡୁଥିବା ଅଞ୍ଚଳରେ ଜଳର ସନ୍ଧାନ ମିଳିଛି ।

ନାସା ଷ୍ଟ୍ରାଟୋସାଇଫର୍ ଅବଜରଭେଟୋରୀ ଫର ଇନଫ୍ରାଡ୍ ଆଷ୍ଟ୍ରୋନୋମୀ (ସୋଫିଆ) ଟେଲିସ୍କୋପ ଜରିଆରେ ଚନ୍ଦ୍ରରେ ଜଳ ଖୋଜି ପାଇଛି । ଯାହାର ଉପଯୋଗ ପିଇବା ଓ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ ବୋଲି ନାସା ଦାବି କରିଛି ।

ସୋଫିଆ ଚନ୍ଦ୍ରର ଦକ୍ଷିଣ ମେରୁରେ ବୃହତ୍ତମ ଗର୍ତ୍ତ ମଧ୍ୟରୁ ପୃଥିବୀକୁ ଦୃଶ୍ୟମାନ ହେଉଥିବା ‘କ୍ଲାଭିଅସ୍’ରେ ଜଳ ଅଣୁ (H2O) ଚିହ୍ନଟ କରିଛି । ଏଯାଏଁ ଗବେଷଣାରୁ ଚନ୍ଦ୍ର ପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ଚିହ୍ନଟ ହୋଇ ସାରିଛି । କିନ୍ତୁ ପାଣି ଓ ଏହା ସହ ଜଡ଼ିତ ହାଇଡ୍ରୋକ୍ସିଲ୍ (OH) ନେଇ ତଥ୍ୟ ମିଳି ନଥିଲା । ଏବେ ଜଳ ଅଣୁ ସନ୍ଧାନ ମିଳିଥିବାରୁ ନାସା ବୈଜ୍ଞାନିକମାନେ ଅଧିକ ଗବେଷଣା ଚଳାଇଛନ୍ତି ।

Leave A Reply

Your email address will not be published.