Latest Odisha News

BREAKING NEWS

ଭୁକମ୍ପରେ କମ୍ପିଲା ମଙ୍ଗଳ ଗ୍ରହ, ସୂଚନା ଦେଲା ନାସା ଇନସାଇଟ୍ ଲ୍ୟାଣ୍ଡର

ୱାଶିଂଟନ୍: ପୃଥିବୀ ଏବଂ ଚନ୍ଦ୍ର ପରି ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଇନସାଇଟ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଦୁଇଟି ବଡ଼ ଭୂକମ୍ପ ହୋଇଥିବା ଚିହ୍ନଟ କରିଛି।

 

ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୩ ଏବଂ ୩.୧ ମାପ ଯାଇଛି। ବୈଜ୍ଞାନିକମାନେ ଏହାକୁ ମାର୍ସ କ୍ବାକ୍ ବୋଲି ନାମକରଣ କରିଛନ୍ତି। ତେବେ ରିପୋର୍ଟ ଅନୁଯାୟୀ ଇନସାଇଟ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଅତି କମରେ ୫୦୦ ଭୂକମ୍ପ ଅନୁଭବ କରିଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀ କିମ୍ବା ଚନ୍ଦ୍ରରେ ହୋଇଥିବା ଭୂକମ୍ପ ପରି ମଙ୍ଗଳ ଗ୍ରହରେ ଭୂକମ୍ପ ହୋଇନଥାଏ। ୨୦୧୮ ମସିହା ମେ ୫ରେ ଲଞ୍ଚ ହୋଇଥିବା ଇନସାଇଡ୍ ଲ୍ୟାଣ୍ଡର ମାଧ୍ୟମରେ ନାସା ଚଳିତ ବର୍ଷ ମାର୍ଚ୍ଚରେ ମଙ୍ଗଳରେ ଅନେକ ଭୂକମ୍ପ ଚିହ୍ନଟ କରିଛି। ଏଥିସହିତ ନାସା ନିଜସ୍ଵ ଜିଓମୋର୍ଫୋଲୋଜି ଏବଂ ଭୂକମ୍ପ ସମ୍ବନ୍ଧୀୟ ଅଧ୍ୟୟନ ପାଇଁ ନୂତନ ତଥ୍ୟ ଗ୍ରହଣ କରିଥିବା ନେଇ ସୂଚନା ମିଳିଛି।

 

Comments are closed.