Latest Odisha News

BREAKING NEWS

ଜାରି ହେଲା ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍‌ ମାର୍ଗଦର୍ଶିକା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା

ନୂଆଦିଲ୍ଲୀ: ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଜାତୀୟ ଆମ୍ବୁଲାନ୍ସ ସେବା ପାଇଁ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ସାରା ଦେଶରେ ଆମ୍ବୁଲାନ୍ସ ସେବାର ଗୁଣବତ୍ତା, ସୁଗମତା, ଦକ୍ଷତା ଏବଂ ଗତି ପାଇଁ ସମାନ ମାନଦଣ୍ଡ ସ୍ଥାପନ କରିବା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ସମୟାନୁବର୍ତ୍ତୀ ଆମ୍ବୁଲାନ୍ସ ଯୋଗାଣ, ସୁରକ୍ଷିତ ଓ ଗୁଣବତ୍ତାପୂର୍ଣ୍ଣ ଜରୁରିକାଳୀନ ଚିକିତ୍ସା ପରିବହନ ସେବା ଯୋଗାଇବା ।

ଦେଶରେ ଏକକମାନଙ୍କ ଅତ୍ୟାଧୁନିକ ଜରୁରିକାଳୀନ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ। ଏନେଇ କେନ୍ଦ୍ର ସରକାର ନ୍ୟାସନାଲ ଆମ୍ବୁଲାନ୍ସ ସଭି ର୍ସେସ୍ (ଏନ୍ଏଏସ୍-୨୬) ମାର୍ଗଦର୍ଶିକା ଆଣିଛନ୍ତି। ଆମ୍ବୁଲାନ୍ସ ଗୁଡ଼ିକ (ଏଆଇଏସ୍-୧୨୫) ବର୍ଗ ବିଶିଷ୍ଟ ରହିବ। ସେଥିରେ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଯନ୍ତ୍ରାଂଶ ସହିତ ଜିଆଇଏସ୍ ଯୋଗାଯୋଗ କ୍ଷମତା ଉପଲବ୍ଧ ରହିବ।

ଦେଶରେ ପ୍ରଥମ ଥର ପାଇଁ ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଜନା, ପରିଚାଳନା ଓ ନିରୀକ୍ଷଣ ପାଇଁ ଏକ ବ୍ୟାପକ ଜାତୀୟ ରୂପରେଖ ପ୍ରଦାନ କରାଯାଇଛି । ଜନସଂଖ୍ୟାକୁ ଆଧାର କରି ଆମ୍ବୁଲାନ୍ସ ମୁତୟନ କରାଯିବ । ଯେଉଁ ଅଞ୍ଚଳ ଓ ରୋଗୀଙ୍କ ପାଇଁ କି ପ୍ରକାର ଆମ୍ବୁଲାନ୍ସ ଆବଶ୍ୟତ, ତାହାକୁ ଅନୁଧ୍ୟାନ କରି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଆମ୍ବୁଲାନ୍ସରେ ରୋଗୀଙ୍କ ଜରୁରିକାଳୀନ ଚିକିତ୍ସା ପାଇଁ ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରାଂଶ ସହିତ ଔଷଧ ରହିବ । ସେଥିରେ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ନିୟୋଜିତ ହେବେ । ସ୍ୱତନ୍ତ୍ର ଭାବେ ଆମ୍ବୁଲାନ୍ସ ପରିଚାଳନ ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ ଡେସ୍ପାଚ୍ ସେଣ୍ଟର(ଆଇସିଡିସି) ସ୍ଥାପନ କରାଯିବ ।

Comments are closed.